Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

୪୦ ପ୍ରତିଶତ ଦୃଷ୍ଟି ବାଧିତ ସତ୍ତ୍ୱେ OAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଗୀତାଞ୍ଜଳି, ରଖିଲେ ୩୦୯ ରାଙ୍କ୍‌

9/10/2022 at 10:15 PM

ଝାରସୁଗୁଡା, ୦୯/୧୦: ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ସଫଳତା ନିଶ୍ଚୟ ଆଣେ l ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଝରିଆନଏରର ଗୀତାଞ୍ଜଳି ନାଏକ l ଜନ୍ମରୁ ଉଭୟ ଆଖିରେ ସମସ୍ୟା ଥିବା ସତ୍ତ୍ବେ ସେ ପାଠ ପଢ଼ାରେ ତିଳେ ମଧ୍ୟ ଅବହେଳା ନକରି ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୦୯ ରାଙ୍କ ରଖି ଉତ୍ତୀର୍ଣ୍ଣ ହେବା ସହ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l

ଜନ୍ମରୁ ଗୀତାଞ୍ଜଳି ୪୦ ପ୍ରତିଶତ ଦୃଷ୍ଟି ବାଧିତ l ତାଙ୍କ ଉଭୟ ଆଖିରେ ସମସ୍ୟା ରହିଥିବା ସତ୍ତ୍ୱେ ସେ ଛୋଟ ବେଳୁ ପଢାରେ ରୁଚି ରଖିଥିଲେ l ହେଲେ ନିଜ ସ୍ବପ୍ନ ପୂରଣ କରିବା ପୂର୍ବରୁ ୨୦୦୮ ରେ ତାଙ୍କର ବିବାହ ହୋଇଥିଲା l ସ୍ବାମୀ ଅରୁଣ ପଟେଲ ଏକ କାରଖାନାରେ କାର୍ଯ୍ୟ କରୁଥିବା ବେଳେ କାରଖାନା ବନ୍ଦ ହୋଇ ଯାଇଥିବାରୁ ସେ ଚାକିରୀ ହରାଇଥିଲେ ଏବଂ ଅସୁସ୍ଥ ହୋଇ ଘରେ ରହିଥିଲେ l ଗୀତାଞ୍ଜଳି କେବଳ ଘର ପରିବାରରେ ନିଜକୁ ସୀମିତ ନରଖି ୨୦୧୧ରେ ପ୍ରଥମେ ସେ ଗାଁ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ l ଏହାସହ ଚଳିତ ବର୍ଷ ସେ ଟିଜିଟି ସ୍କେଲ ପାଇ ଲଖନପୁର ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ହୋଇଥିଲେ l ଶିକ୍ଷକତା କରୁଥିବାରୁ ଛୁଟି ନେଇ ପାଠପଢ଼ିବା କଷ୍ଟକର ଥିଲା l ତଥାପି ସେ ଘରର ସମସ୍ତ କାମ କରିବା, ସ୍କୁଲ ଯିବା ସହ ନିଜର ପୁଅକୁ ପଠା ପଢାଇବା ପରେ ନିଜ ପାଇଁ ସମୟ ବାହାର କରି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ l

ଗୀତାଞ୍ଜଳିଙ୍କ ସଫଳତା ପଛରେ ତାଙ୍କର ଦିନରାତିର ପରିଶ୍ରମ ଥିବା ପରିବାର ଲୋକେ କହିଛନ୍ତି l ଆଗାମୀ ଦିନରେ ଗୀତାଞ୍ଜଳି ଲୋକଙ୍କ ସେବା କରିବା ସହ ସରକାରଙ୍କ ଯୋଜନା କିପରି ଭାବରେ ପ୍ରତେକ ଲୋକଙ୍କ ପାଖକୁ ପହଂଚି ପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି l ଏହା ସହ କଠିନ
ଏବଂ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର ନମାନି ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୀତାଞ୍ଜଳି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି l

   Related Posts