ଖରାରେ ସିଝୁଛି ଓଡ଼ିଶା, ୧୨ ସ୍ଥାନରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା, ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ

Published By : Prameya-News7 Bureau | April 13, 2022 IST

ଭୁବନେଶ୍ୱର, ୧୩/୦୪: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ବିଭିନ୍ନ ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଖରାରେ ବାହାରକୁ ବାହାରିବାକୁ ଲୋକେ ଏବେ ଭାବିବାକୁ ଲାଗିଲେଣି । କାରଣ ମୁଣ୍ଡଫଟା ଖରାର ପ୍ରକୋପ ଅସହ୍ୟ ହେଉଛି । ତେବେ ଆଜି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।

ସୋନ୍‌ପୁରରେ ୪୩.୯ ଡିଗ୍ରୀ, ବଲାଙ୍ଗୀରରେ ୪୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩ ଡିଗ୍ରୀ, ଅନୁଗୁଳରେ ୪୨.୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ସମ୍ୱଲପୁରରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡି ୪୦.୫ ଡିଗ୍ରୀ ଏବଂ ହୀରାକୁଦରେ ୪୦.୩ ଡିଗ୍ରୀ ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.