୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ ବିଭାଗ, ଜଣେ ମହିଳା ଗିରଫ

Published By : Prameya-News7 Bureau | December 06, 2022 IST

ଭୁବନ, ୦୬।୧୨: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ ଦାସ ।

ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ଗୋଲାପ ନିଜ ଘରେ ବେଆଇନ କଫ ସିରଫ (କୋଡେଇନ ଫସଫେଟ ଓ କ୍ଲୋର ଫେନୀରା ମାଇନ ସିରପ) ରଖି ବିକ୍ରି କରୁଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ, ମୋଟ ୪୦ ବୋତଲ ବେଆଇନ କଫ ସିରଫ ଜବତ କରିଛି । ସେଥିମଧ୍ୟରୁ ୨୦ଟି ବୋତଲରେ ଏକ୍ସପାରୀ ତାରିଖ ମଧ୍ୟ ଅତିକ୍ରମ କରିସାରିଛି ।

ତେବେ ଏହାକୁ ଯୁବପୀଢ଼ିମାନେ ନିଶାଦ୍ରବ୍ୟ ଭାବେ ବ୍ୟବହାର କରୁଥିବା ବେଳେ, ଅଳ୍ପ ବୟସରେ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ବିକ୍ରି ନିମନ୍ତେ ଅନୁମତି ନଥିବା ବେଳେ, ବେଆଇନ ବିକ୍ରି କାରଣରୁ ଉକ୍ତ ମହିଳାଙ୍କ ଜାମିନ ନାମଞ୍ଜୁର କାରଣରୁ ତାଙ୍କୁ ବିଚାର ବିଭାଗ ଜେଲକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.