ଫେକ୍ ଲିଙ୍କ୍ରେ କ୍ଲିକ୍ କରି ଲକ୍ଷାଧିକ ଟଙ୍କା ହରାଇଲେ ଘରୋଇ ବ୍ୟାଙ୍କର ୪୦ ଗ୍ରାହକ; ଠକାମୀର ଶିକାର ହେଲେ ଟିଭି ଅଭିନେତ୍ରୀ
5/03/2023 at 6:58 PM

ନୂଆଦିଲ୍ଲୀ: ମୁମ୍ବାଇର ଏକ ଘରୋଇ ବ୍ୟାଙ୍କର ୪୦ ଗ୍ରାହକ ଠକାମୀରେ ଶିକାର ହୋଇଛନ୍ତି। ଏକ ଅଜଣା ଲିଙ୍କ୍ରେ କ୍ଲିକ୍ କରିବା ପରେ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି ଗ୍ରାହକ। କେୱାଇସି ଓ ପାନ୍ ଡିଡେଲ୍ସ ଅପ୍ଡେଟ୍ କରିବା ଆଳରେ ଗ୍ରାହକଙ୍କ ପାଖକୁ ଏକ ଫେକ୍ ଟେକ୍ସଟ ମେସେଜ୍ର ଲିଙ୍କ୍ ଆସିଥିଲା। ଏହି ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ର ୩ ଦିନ ଭିତରେ ୪୦ ଗ୍ରାହକ ଲକ୍ଷାଧିକ ଟଙ୍କା ଠକାମୀରେ ଶିକାର ହୋଇଛନ୍ତି।
ଏହି ଘଟଣା ପରେ ମୁମ୍ବାଇ ପୁଲିସ ଏଭଳି ନକଲି ମେସେଜ୍ ପ୍ରତି ଲୋକଙ୍କୁ ସତର୍କ ରହିବାକୁ ସାବଧାନ କରାଇବା ସହ ମାମଲାର ତଦନ୍ତ ଜାରି ରଖିଛି।
କେୱାଇସି(ନୋ ୟୋର କଷ୍ଟମର) ଅର୍ଥାତ୍ ଗ୍ରାହକଙ୍କ ପରିଚୟ ପୁନଃ ଯାଞ୍ଚ କରିବାକୁ କେୱାଇସି ଯାଞ୍ଚ କରିବା ଆବଶ୍ୟକ ପଡ଼ିଥାଏ। ଆଉ ବ୍ୟକଙ୍କ କେୱାସି ଅପ୍ଡେଟ୍ ପାଇଁ କୌଣସି ଲିଙ୍କ ପଠାଏ ନାହିଁ। ଏହାର ଫାଇଦା ଉଠାଇ ଠକମାନେ ଫେକ୍ ଲିଙ୍କ୍ ପଠାଇ ଲୋକଙ୍କୁ ଠକିଛନ୍ତି।
ତେବେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଟିଭି ଆକ୍ଟର ଶ୍ୱେତା ମେନନ ମଧ୍ୟ ରହିଛନ୍ତି। ଏନେଇ ମେନନ୍ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଗୁରୁବାର ସେ ଏକ ଲିଙ୍କ୍ରେ କ୍ଲିକ୍ କରିଥିଲେ। ବ୍ୟାଙ୍କ ପକ୍ଷରୁ ଏହି ଲିଙ୍କ୍ ପଠାଯାଇଥିବା ଭାବି ଶ୍ୱେତା ଉକ୍ତ ଫେକ୍ ଲିଙ୍କ୍ରେ କ୍ଲିକ୍ କରି ନିଜର କଷ୍ଟମର ଆଇଡି,ପାସୱାର୍ଡ ଓ ଓଟିପି ଦେଇଥିଲେ।
ଏହାପରେ ତାଙ୍କୁ ଏକ ମହିଳା ବ୍ୟାଙ୍କ ଅଫିସର ବୋଲି ପରିଚୟ ଦେଇ ତାଙ୍କ ମୋବାଇଲ୍କୁ ଆସିଥିବା ଏକ ଓଟିପି ଦେବାକୁ କହିଥିଲେ। ମହିଳାଙ୍କ କଥା ମାନେ ଶ୍ୱେତା ନିଜ ମୋବାଇଲ୍କୁ ଆସି ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ ୫୭ ହଜାର ୬୩୬ ଟଙ୍କା କଟିଯାଇଥିଲା। ଏହି ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ ଜାରି ରଖିଛି।