ପ୍ଲାଜମା ଦାନ କରିବାକୁ ଢ଼େଙ୍କାନାଳରୁ ବାହାରିଲେ ୪ ଜଣ ଯୁବକ

Published By : Prameya-News7 Bureau | August 03, 2020 IST

ଢ଼େଙ୍କାନାଳ୩/୮: ପ୍ଲାଜମା ଦାନ କରିବାକୁ ଢ଼େଙ୍କାନାଳରୁ ବାହାରିଲେ ୪ ଜଣ ଯୁବକ। ମହାମାରି କରୋନା ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଆଗଭର ହୋଇଛନ୍ତି ଏହି ଯୁବକ୪ ଯୁବକ । ଏହି ଚାରିଜଣ ଯୁବକ କରୋନା ସଂକ୍ରମିତ ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଢେଙ୍କାନାଳ ଜିଲ୍ଲାର ଏହି ଚାରି ଜଣ ଯୁବକ ସୋମବାର ସେମାନଙ୍କର ପ୍ଲାଜମା ଦାନ କରିବା ନିମନ୍ତେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମାଧ୍ୟମରେ କଟକ ଏସସିବିରେ ପହଁଞ୍ଚଛନ୍ତି।

ଏମାନେ ହେଲେ ଭୁବନ ବ୍ଲକ ଜିରାଳର ସରୋଜ ଖୁଣ୍ଟିଆ ଓ ମାନସ ରାଉତ, ସାନ ବ୍ରହ୍ମପୁରର ପତିତପାବନ ନାୟକ ଏବଂ କାମାକ୍ଷାନଗର ନୂଆ ଆଳୁତମାର ଔରଙ୍ଗଜେବ ନାୟକ ବୋଲି ଜଣାପଡିଛି । ତାଙ୍କ ଦ୍ବାରା ଦୁଇ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଜୀବନ ରକ୍ଷା ହେବାକୁ ଯାଉଥିବାରୁ ସେମାନେ ନିଜକୁ ଗର୍ବିତ ଅନୁଭବ କରିଛନ୍ତି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.