ଆନନ୍ଦପୁର ୧୮।୭: କୋନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ସେଣ୍ଡେଇ ପୋଲ ଛକ ଠାରେ ବାଇକ୍ ପଛପଟୁ ଧକ୍କା ଦେଲା କାର୍ । କାର୍ ମାଡିଯିବାରୁ ବାଇକ୍ ଆରୋହୀ ସ୍ବାମୀ-ସ୍ତ୍ରୀଙ୍କ ସହ ୪ ବର୍ଷ ଶିଶୁ ପୁତ୍ର ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି ।
ଗୁରୁବାର ସନ୍ଧ୍ଯାରେ ସୁଆପୁର ଗାଁର ଉଦୟନାଥ ସୋରେନ୍, ପତ୍ନୀ କୋଇଲି ଓ ନିଜ ୪ ବର୍ଷ ଶିଶୁକୁ ଧରି ବଡ ପୁଅ ପଢୁଥିବା ତାଳଗଡିଆ ଆଶ୍ରମ ସ୍କୁଲରୁ ଅଭିଭାବକ ମିଟିଂ ସାରି ଫେରୁଥିଲେ । ଏହି ସମୟରେ ସେଣ୍ଡେଇ ଛକ ନିକଟରେ ପଛପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ସିଏମ୍ଓରୁ ହଟିଲେ ଆଇଏଏସ୍ ରୁପାରୋଶନ ସାହୁ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିଲେ