ଗରମ ଖିରିରେ ପଡି ଗୁରୁତର ହୋଇଥିଲେ ୪ ବର୍ଷର ଶିଶୁ, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 29, 2023 IST

ନୂଆପଡା ୨୯।୫: ଗାଁରେ ଦଶାହ ଭୋଜି ହେଲା କାଳ । ଗରମ ଖିରି ଡେକଚିରେ ପଡି ଗୁରୁତର ହୋଇଥିବା ୪ ବର୍ଷର ଶିଶୁଙ୍କର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ଖଡିଆଳ ଥାନା ରାନିମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

wp:embed {"url":"https://www.prameyanews7.com/car-durghatana-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/car-durghatana-in-cuttack/
/wp:embed

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ଦିନ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ରାନିମୁଣ୍ଡା ଗାଁରେ ଦଶାହ ଗଙ୍ଗା ଭୋଜି ପାଇଁ ରନ୍ଧା ଚାଲିଥିଲା । ଏହି ସମୟରେ ଅସାବଧାନତା ବଶତଃ ଗରମ ଖିରି ଡେକଚିରେ ପଡି ଗ୍ରାମର ହୁତେଶ ହେର୍ଣ୍ଣାଙ୍କ ୪ ବର୍ଷର ଶିଶୁ ବିକାଶ ହେର୍ଣ୍ଣା ଗୁରୁତର ହୋଇଥିଲେ । ସେଠାରେ ଥିବା ଲୋକେ ତାଙ୍କୁ ହଠାତ୍ ବାହାର କରି ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡାର ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ସେଠାରେ ଶିଶୁଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ରାତିରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି ।

wp:embed {"url":"https://www.prameyanews7.com/soa-has-been-awarded-the-various-university-award-by-education-world/","type":"wp-embed","providerNameSlug":"prameya-news-7"}
https://www.prameyanews7.com/soa-has-been-awarded-the-various-university-award-by-education-world/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.