୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା ; ହତ୍ୟା ପରେ ଅଟା ଡବାରେ ମୃତଦେହ ଲୁଚେଇଥିଲା ଅଭିଯୁକ୍ତ

Published By : Prameya-News7 Bureau | June 04, 2018 IST

୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା | ଏମିତି ଲୋମହର୍ଷଣକାରୀ ଘଟଣା ଘଟିଛି ଫରିଦାବାଦରେ | ମୃତ ଶିଶୁର ବାପାଙ୍କ ଦୋକାନରେ କାମ କରୁଥିବା ଜଣେ ଯୁବକ ଘଟାଇଛି ନାରକୀୟ କାଣ୍ଡ | ଦୋକାନରେ କାମ କରିବା ସହ ମାଲିକଙ୍କ ଘରେ ଖାଇବା ପିଇବା କରେ ଅଭିଯୁକ୍ତ | ସବୁଦିନ ଘରୁ ଖାଇବା ନେଇ ଦୋକାନ ଆସିଥାଏ ନାବାଳିକା ଜଣକ | ଘଟଣା ଦିନ ମଧ୍ୟ ଖାଇବା ନେଇ ଆସିଥିଲା ନାବାଳିକା | ହେଲେ ସେଦିନ ଦୋକାନରେ ବାପା ନଥିଲେ | ମାଲିକ ନଥିବାର ସୁଯୋଗ ନେଇ କାମୁକ ଖାଇବା ପରେ ଶିଶୁକୁ ଅପହରଣ କରି ନିଜ ଘରକୁ ନେଇଯାଇଥିଲା | ସେଠାରେ ଶିଶୁ ସହିତ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା | ହତ୍ୟା ପରେ ଧରା ପଡିଯିବା ଭୟରେ ଅଟା ଡବାରେ ମୃତଦେହ ଟି କୁ ଲୁଚାଇ ରଖିଥିଲା ଅଭିଯୁକ୍ତ | ଏବଂ ପରେ ସ୍ୱାଭାବିକ ଭାବେ ଦୋକାନରେ ଯାଇ କାମ କରୁଥିଲା ଅଭିଯୁକ୍ତ | ତେବେ ଝିଅକୁ ବହୁ ଖୋଜାଖୋଜି ପରେ ନପାଇବାରୁ ପୋଲିସରେ ଏତଲା ଦେଇଥିଲା ଘରଲୋକ | ଦୋକାନର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରିଥିଲା ପୋଲିସ | ଅଭିଯୁକ୍ତ ଘରୁ ମିଳିଥିଲା ଶିଶୁର ମୃତଦେହ | ଅଭିଯୁକ୍ତ ସମେତ ତା ପରିବାର ଲୋକଙ୍କୁ ଗିରଫ କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.