previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

କଂସ ଠାରୁ କୁତ୍ସିତ ମାମୁଁ: ୪ ବର୍ଷର ମାଆ ଛେଉଣ୍ଡ ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

22/04/2020 at 8:55 PM

ଝାରସୁଗୁଡା୨୨/୪: ମଣିଷ ଏତେ ତଳକୁ ଖସି ଯାଇପାରେ। ଏମିତି ଘୃଣ୍ୟକାମ କରିପାରେ। ମଣିଷ ନାଁରେ ପଶୁ।  ଜଣେ ୪ ବର୍ଷର ମାଆ ଛେଉଣ୍ଡ ଛୋଟ ଝିଅକୁ ଦୁଷ୍କର୍ମ କଲା ମାମୁଁ। ଏହି କଥା ଭାବିଲେ କିମ୍ବା ଶୁଣିଲେ ଲଜ୍ଜାରେ ମୁହଁ ଉଠାଇ ହେଉ ନାହିଁ ବୋଲି ଜଣେ ସ୍ଥାନୀୟ ଲୋକେ କହୁଛନ୍ତି। ସାରା ବିଶ୍ବ କରୋନା ଆତଙ୍କରେ ଆତଙ୍କିତ । ସେଥିରୁ ବାଦ ପଡି ନାହିଁ ଓଡ଼ିଶା। ଲୋକେ ଦୁଃଖରେ ଦିନ କାଟୁଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତିରେ ଜଣେ ୪ ବର୍ଷର ଝିଅକୁ ନିଜ ମାମୁଁ ଦୁଷ୍କର୍ମ କରିଛି। ଏହି ଘଟଣାରେ ଅଭିଯୁକ୍ତ ମାମୁଁ ଦୀପକ ବାଦୀକୁ ବ୍ରଜନଗର ପୋଲିସ୍ ଗିରଫ କରିଛି। ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣରେ ମଧ୍ୟ ନାନା କଥା ଆଲୋଚନା ହେଉଛି।

ବିଜ୍ଞାନ ଯୁଗରେ ମଣିଷ କେତେ ଆଗକୁ ଗଲାଣି। ହେଲେ ଝାରସୁଗୁଡାରେ ଏଭଳି ଘୃଣ୍ୟ କାମ ସମାଜକୁ କଣ ବାର୍ତ୍ତା ଦେଉଛି ? କଂସ ମାମୁଁର କୁତ୍ସିତ କାମ। ୪ ବର୍ଷ ଝିଅ ଦୁନିଆ କଣ ଜାଣି ନାହିଁ। ମାଆକୁ ହରାଇବା ପରେ ମାମୁଁ ବାପା- ମାଆର ସ୍ନେହ ଦେବା କଥା। ହେଲେ ମାମୁଁର ସୈତାନି ଆଖି ନିଜର ୪ ବର୍ଷର ଭାଣିଜୀ ଉପରେ ପଡିଥିଲା। ସମାଜରେ ମାମୁଁର ସ୍ଥାନ ସର୍ବଦା ସମ୍ମାନୀୟ। ହେଲେ ଝାରସୁଗୁଡାରେ ଯେଉଁ ଘଟଣା ଘଟିଲା, ସମଗ୍ର ମାମୁଁଙ୍କୁ ଅସମ୍ମାନ କଲା ଭଳି ହେଲା।

   Related Posts