ଉତ୍ତରକାଶୀ ଟନେଲ ଟ୍ରାଜେଡି, ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରିବେ ୪ ଶ୍ରମବୀର

Published By : Prameya-News7 Bureau | December 01, 2023 IST

ଭୁବନେଶ୍ୱର ୦୧/୧୨: ଓଡ଼ିଶା ଫେରିବେ ଓଡ଼ିଆ ଶ୍ରମବୀର । ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରୁ ଉଦ୍ଧାରଓଡିଆ ଶ୍ରମବୀରଙ୍କ ଆଜି ଓଡ଼ିଶା ଫେରିବେ । ସେମାନେ ହେଲେ, ମୟୂରଭଞ୍ଜ ତିରିଂ ଥାନା କୁଳଡ଼ିହା ଗ୍ରାମର ରାଜୁ ନାଏକ, ବାଙ୍ଗିରିପୋଷି ବେଧକୁ ଗାଁର ଧିରେନ୍ ନାୟକ, ବିଶେଶ୍ୱର ନାୟକ, ଓ ନବରଙ୍ଗପୁରର ଭଗବାନ ବତରା ।

ଗୁରୁବାର ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସମସ୍ତ ଶ୍ରମିକଙ୍କ ସହ ଫୋନ୍‌ରେ କଥା ହେବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଶ୍ରମ ମନ୍ତ୍ରୀ ଶ୍ରୀ ନାୟକ ଓଡ଼ିଆ ଶ୍ରମବୀର ତାଙ୍କସମ୍ପର୍କୀୟ ଓ ବିଭାଗୀୟ ଅନ୍ୟ ଅଧିକାରୀଙ୍କ ଓଡ଼ିଶା ଆଣିବାକୁ ଦାୟିତ୍ଵ ନେଇଛନ୍ତି।ସମସ୍ତଙ୍କୁ କାରରେ ଦିଲ୍ଲୀ ଓଡ଼ିଶା ନିବାସରେ ରାତ୍ରିଯାପନ କରିବା ପରେ ଆଜି ଓଡିଶା ଅଭିମୁଖେ ଆସୁଛନ୍ତି ।

ଋଷିକେଶ ଏମ୍ସଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ସେମାନଙ୍କୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ସହ ଅନ୍ୟ ସମସ୍ତ ସହାୟତା ପାଇଁ ସେ ଉତ୍ତରାଖଣ୍ଡ ସରକାରଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି । ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରନ୍ତି । ଭୁବନେଶ୍ଵର ବିମାନବନ୍ଦର ତାଙ୍କୁ ସ୍ବାଗତ କରିବାର କାର୍ଯକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.