ବାଙ୍କୀ ବୈଦେଶ୍ବର ବାଲି ଘାଟ ତହସିଲଦାରଙ୍କ ଚଢାଉ ; ଚୋରା ଚାଲାଣ ବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ
3/11/2018 at 8:56 AM

କଟକ ୩|୧୧: ବାଙ୍କୀ ତହସିଲଦାରଙ୍କ ବୈଦେଶ୍ବର ବାଲି ଘାଟରୁ ବିଭିନ୍ନ ଅଞ୍ଚଳକୁ ଚୋରାରେ ବାଲି ଚାଲାଣ ହେଉଥିବାବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି । ନିକଟସ୍ଥ ବୈଦେଶ୍ବର ଥାନାକୁ ହସ୍ତାନ୍ତର କରାଯାଇଛି। ବୈଦେଶ୍ବର ବାଲି ଘାଟଟି ଚଳିତ ବର୍ଷ କୌଣସି କାରଣରୁ ନିଲାମ ବନ୍ଦ ଥିବାରୁ ଏହି ବାଲି ଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ଖବର ପାଇ ଆଜି ଅଚାନକ ବାଙ୍କୀ ତାହାସିଦାର ଚଢ଼ାଉ କରିଥିଲେ । ଚଢାଉ ବେଳେ ୪ଟି ଚୋରା ବାଲିଚାଲାଣ ଟ୍ରାକ୍ଟରକୁ ଜବତ କରିଛନ୍ତି । ସେମାନଙ୍କଠାରୁ ଜରିମାନା ଆଦାୟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023