LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁରୁଷ ସାଥୀଙ୍କ ବିନା ହଜ୍‌ ଯିବେ ୪ ହଜାରରୁ ଅଧିକ ମହିଳା ତୀର୍ଥଯାତ୍ରୀ, ପ୍ରଥମ ଥର ଏତେ ସଂଖ୍ୟକ ଆବେଦନ

30/03/2023 at 9:32 PM

ନୂଆଦିଲ୍ଲୀ, ୩୦/୦୩: ପ୍ରଥମ ଥର ବିନା ପୁରୁଷ ଅଭିଭାବରେ ହଜ୍ ଯାତ୍ରା କରିବେ ୪ ହଜାରରୁ ଅଧିକ ମହିଳା ତୀର୍ଥଯାତ୍ରୀ। ହଜ୍ ଯାତ୍ରା ଇତିହାସରେ ପ୍ରଥମ ଥର ଯେତେବେଳେ ହଜାର ହଜାର ମହିଳା ବିନା ମେହରମ ଅର୍ଥାତ୍ ପୁରୁଷ ସାଥୀଙ୍କ ବିନା ହଜ୍ ଯାତ୍ରା କରିବେ। ତେବେ ସମସ୍ତଙ୍କ ଉଚିତ୍ ଡାକ୍ତରୀ ପରୀକ୍ଷା ତଥ୍ୟା ଅନ୍ୟାନ୍ୟ ସର୍ତ୍ତ ଆଧାରରେ ଅନୁମତି ଦିଆଯିବ। ସୂଚନା ଅନୁଯାୟୀ, ପ୍ରାୟ ୪୩୦୦ ମହିଳା ମେହରମ କିମ୍ବା ରକ୍ତ ସଂପର୍କୀୟଙ୍କ ବିନା ଯାତ୍ରା କରିବେ। ଏନେଇ ସଂଖ୍ୟାଲଘୁ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ସଂଖ୍ୟାଲଘୁ ମନ୍ତ୍ରାଳୟ ଅଧିକାରୀ କହିଛନ୍ତି ଏହି ସବୁ ମହିଳାଙ୍କ ଆବେଦନକୁ ପ୍ରାଥମିକତା ସହ ମଞ୍ଜୁରୀ ଦିଆଯିବ। ତେବେ ମନ୍ତ୍ରାଳୟ ତରଫରୁ ବିନା ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଏଲୋପାଥିକ୍‌ ଡାକ୍ତରଙ୍କଠାରୁ ସାର୍ଟିଫିକେଟ୍‌ ବିନା ଅନୁମତି ମିଳିବ ନାହିଁ। ଆହୁରି ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ବାଧ୍ୟତାମୂଳକ ଟିକାକରଣ କରିବାକୁ ଦେଶର ୨୫ଟି ଏୟାରପୋର୍ଟରେ ସ୍ବାସ୍ଥ୍ୟ ଡେସ୍କ କରାଯିବ। ଏହି ସ୍ବତନ୍ତ୍ର କ୍ୟାମ୍ପରେ ତୀର୍ଥଯାତ୍ରୀଙ୍କ ମେଡିକାଲ ପରୀକ୍ଷା କରାଯିବ ଏବଂ ବାଧ୍ୟତାମୂଳକ ଟିକାକରଣ ନିଶ୍ଚିତ କରାଯିବ। ଏହାଦ୍ବାରା ସାଉଦି ଆରବିଆରେ କୌଣସି ମେଡିକାଲ ସ୍ଥିତି ଉପୁଜିଲେ ଚିକିତ୍ସା ଯୋଗାଇବାରେ ସହାୟକ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଦେଶରୁ ୧.୭୫ ଲକ୍ଷ ଲୋକ ସାଉଦୀ ଆରବ ଯିବାକୁ ଅନୁମତି ରହିଛି। ଏପର୍ଯ୍ୟନ୍ତ ସମୁଦାୟ ୨.୮୦ ଲକ୍ଷ ଆବେଦନ ମିଳିଛି।ଯେଉଁମାନଙ୍କ ମଧ୍ୟରେ ୪,୩୦୦ ମହିଳା (୪୫ ବର୍ଷରୁ ଅଧିକ) ବିନା ମେହରମ୍‌ର ଯିବେ। । ତେବେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ଏହା ସହ ମନ୍ତ୍ରାଳୟ ଆସନ୍ତା ସପ୍ତାହରେ ସାଉଦୀ ଆରବକୁ ଏକ ଡାକ୍ତରୀ ଟିମ୍ ପଠାଇବ। ଏହି ଟିମ୍ ମକ୍କା, ମଦିନା, ହେଦାହ, ଆରାଫତ୍‌, ଏବଂ ମିନାରେ ଅସ୍ଥାୟୀ ହସ୍ପିଟାଲ, ଫାର୍ମାସୀ ଏବଂ କ୍ୟାମ୍ପ ପ୍ରସ୍ତୁତ କରିବେ। ଫଳରେ ଆବଶ୍ୟକ ସମୟରେ ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯିବ।

ସୂଚନାଥାଉ, ହଜ୍ ଯାଉଥିବା ମହିଳା କେବଳ ରକ୍ତ ସମ୍ବନ୍ଧୀୟ ପୁରୁଷ ସାଥୀ (ଭାଇ, ବାପା, ସ୍ବାମୀ)ଙ୍କ ସହ ଯାତ୍ରା କରିବା ପ୍ରଥାକୁ ହଟାଇଥିଲେ। ଏହା ପୂର୍ବରୁ କେନ୍ଦ୍ର ସରକାର ଯାତ୍ରା ପାଇଁ ଭିଆଇପି କୋଟା ସମାପ୍ତ କରିଥିଲେ। ଏବେ କୌଣସି ବି ଯାତ୍ରୀଙ୍କୁ କୌଣସି ଖାସ୍‌ ଭିଆଇପି କଲଚର ଦିଆଯିବନାହିଁ । ପୂର୍ବରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସଂଖ୍ୟାଲଘୁ ମାମଲାର ମନ୍ତ୍ରୀ ଏବଂ ହଜ୍ ସମିତି ଦ୍ବାର ଆବଣ୍ଟିତ ସିଟ୍‌ରୁ ପ୍ରାୟ ୫୦୦ ଲୋକ ହଜ୍‌ରେ ଯାଇପାରୁଥିଲେ। ଏହି ଆଧାରରେ ରାଷ୍ଟ୍ରପତି କୋଟାରୁ ୧୦୦, ଉପାଧ୍ୟକ୍ଷ କୋଟାରୁ ୭୫, ପିଏମ କୋଟାରୁ ୭୫, ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରୀ କୋଟାରୁ ୫୦, ହଜ କମିଟି ଅଫ୍ ଇଣ୍ଡିଆକୁ ୨୦୦ ସିଟ୍‌ ମିଳୁଥିଲା। ନୂଆ ହଜ୍ ନୀତିରେ ଏହି ପରମ୍ପରା ଶେଷ କରାଯାଇଛି।

   Related Posts