Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ନିର୍ଦ୍ଧାରିତ ସମୟ ପୂର୍ବରୁ ଘରକୁ ପଳାଉଥିଲେ, ୪ ଶିକ୍ଷକ-ଶିକ୍ଷୟତ୍ରୀ ନିଲମ୍ବିତ

14/11/2022 at 7:21 PM

ଫୁଲବାଣୀ, ୧୪/୧୧: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ଚାରି ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିଛନ୍ତି l ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୩୧ ତାରିଖ ଫୁଲବାଣୀର ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ଓ ବିଇଓ ରଞ୍ଜନ କହଁର ସର୍ତ୍ତାଗୁଡା ଠାରେ ଅପେକ୍ଷାକରି ସ୍କୁଲ ଛୁଟିର ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛାଡି ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଟକାଇଥିଲେ । ପଚରାଉଚୁରା କରି ଯାଞ୍ଚ କରିଥିଲେ ।

ପରେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଏବଂ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା, ତିଳକପଡା ଛକ ଠାରେ ଚାରିଟା ବେଳେ ପହଂଚି ଶିକ୍ଷକମାନଙ୍କୁ ଅଟକାଇ ପୁଣି ଯାଞ୍ଚ କରିଥିଲେ l ସ୍କୁଲ ଦୂରତାକୁ ଭିତ୍ତି କରି ଅନୁସନ୍ଧାନ ପରେ ଚାରି ଜଣ ଶିକ୍ଷକ-ଶିକ୍ଷୟତ୍ରୀ ସ୍କୁଲ ଛୁଟି ହେବାର ବହୁ ପୂର୍ବରୁ ସ୍କୁଲ ଛାଡି ଆସିଥିବା ଜଣାପଡିଥିଲା l ଜିଲ୍ଲାପାଳ କନ୍ଧମାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଫୁଲବାଣୀ ବିଇଓ ରଞ୍ଜନ କୁମାର କହଁର ଚାରି ଜଣ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବିତ କରିଥିଲେ l

   Related Posts