ଗୁଜରାଟ ATS ହାତରେ ISISର ୪ ଆତଙ୍କୀ, ଶ୍ରୀଲଙ୍କାରୁ ଆସିଥିଲେ, ପାକିସ୍ତାନ ସହ ରହିଛି ଲିଙ୍କ୍

Published By : Prameya-News7 Bureau | May 20, 2024 IST

hindustantimes

ନୂଆଦିଲ୍ଲୀ: ଗୁଜରାଟରରୁ ଆଇଏସଆଇଏସର ୪ ଆତଙ୍କୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗୁଜରାଟ ଏଟିଏସ ଅହମଦାବାଦର ସରଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାସନାଲ୍ ବିମାନ ବନ୍ଦରରୁ ଗିରଫ କରିଛି । ସମସ୍ତ ଚାରି ଆତଙ୍କୀ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି । ସମସ୍ତେ କୌଣସି ଉଦ୍ଦେଶ୍ୟ ରଖି ଆସିଥିବା ଗୁଜରାଟ ଏଟିଏସ ଜଣାବାକୁ ପାଇଛି । ଗୁଜରାଟ ଏଟିଏସ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି ।   

ଗୁଜରାଟ ପୋଲିସର ସୂତ୍ର ସୋମବାର କହିଛି ଯେ ଅହମଦାବାଦ ଏୟାରପୋର୍ଟରେ ଇସଲାମିକ୍ ଷ୍ଟେଟର ଚାରି ଆତଙ୍କବାଦୀଙ୍କୁ କାବୁ କରାଯାଇଛି । ଚାରି ଆତଙ୍କୀ ଶ୍ରୀଲଙ୍କାର ନାଗରିକ ଥିବା କୁହାଯାଉଛି । ସୂତ୍ର ଅନୁସାରେ ଏହି ଚାରି ପ୍ରଥମେ ଚେନ୍ନାଇ ପହଞ୍ଚିଥିଲେ ଏବଂ ପରେ ଅହମଦାବାଦ ଏୟାରପୋର୍ଟ ପହଞ୍ଚିଥିଲେ । ସୂତ୍ର ଅନୁସାରେ ବିମାନ ବନ୍ଦରରେ ଏହି ଆତଙ୍କୀମାନେ ପାକିସ୍ତାନରେ ଥିବା ନିଜ ନେତାଙ୍କ ସନ୍ଦେଶକୁ ଅପେକ୍ଷା କରୁଥିଲେ ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଏହି ଆତଙ୍କୀମାନେ ହତିଆର ପାଇବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ହତିଆର ହାସଲ କରିବା ପୂର୍ବରୁ ଗୁଜରାଟ ଏଟିଏସ ସମସ୍ତଙ୍କୁ ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲରେ ଗୁଜରାଟ ଏଟିଏସ ଏବଂ ଏନସିବି ଗୁଜରାଟ ପୋରବନ୍ଦର କୂଳରୁ ୧୪ ପାକିସ୍ତାନୀ ନାଗରିକଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ୬୦୨ କୋଟି ଟଙ୍କାର ୮୬ କେଜି ଡ୍ରଗ୍ସ ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.