ଭୁଷୁଡ଼ିଲା ୪ ମହଲା କୋଠା; କୋଠା ତଳେ ୮ଜଣ ଚାପି ହୋଇ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | January 24, 2019 IST

ଭୁସୁଡ଼ିଲା ୪ ମହଲା କୋଠା | କୋଠା ତଳେ ଚାପିହୋଇ ରହିଛନ୍ତି ୮ରୁ ଅଧିକ ଲୋକ | ଦୁର୍ଘଟଣା ଘଟିଛି ହରିୟାଣା ଗୁରୁଃଗ୍ରାମ ଅଂଚଳର ଉଲ୍ଲାଭାରରେ | ଆଜି ସକାଳେ ଘଟିଛି ଏହି ଅଘଟଣ | ଭଙ୍ଗ କୋଠା ତଳେ ୮ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି | ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି | କାହାର ଯେମିତି କିଛି କ୍ଷତି ନଘଟିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି | ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖବରପାଇ ଘଟଣାସ୍ଥଳରେ ପହଂଚିଥିଲେ | ଅଗ୍ନିଶମ କର୍ମଚାରୀ ଉଦାହର କାର୍ଯ୍ୟରେ ଲାଗିଛନ୍ତି | କୋଠା ଭୁଶୁଡିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ |

{"id":77442,"width":584,"height":267}

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କୋଠାରେ କାମ ଚାଲିଥିଲା | ଶ୍ରମିକ କାମ କରୁଥିବା ବେଳେ ହଠାତ କୋଠାଟି ଭୁଶୁଡି ପଡିଥିଲା | କୋଠା ଭୁସିଯିବା ପରେ ଲୋକଙ୍କ ଚିତ୍କାର ସୁଭିଥିଲା | ଚିତ୍କାର ଶୁଣି ଆଖପାଖରେ ଲୋକେ ଦଉଡି ଆସିଥିଲେ | ଭଙ୍ଗ କୋଠାରେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ଯାଇଥିଲେ | ସଂଗେ ସାଙ୍ଗ ପୋଲିସକୁ ଖବର ଦିଆଯାଇଥିଲା | କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ | କୋଠା ଭୁଶୁଡିବାର କାରଣ ପୋଲିସ ଯାଞ୍ଚ କରୁଛି |

{"id":77443,"width":588,"height":379}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.