ସୁନ୍ଦରଗଡ଼ ଜିଲ୍ଲାର ୪ ନଦୀ ପାଲଟିଲାଣି ମରୁଭୂମି: ଝାଡ଼ଖଣ୍ଡ ଓ ଛତିଶଗଡ଼ ସାଧୁଛନ୍ତି ଦାଉ, ବେଧଡକ ରାଜ୍ୟ ସରକାର

Published By : Prameya-News7 Bureau | May 20, 2019 IST

ରାଉରକେଲା ୨୦|୫:ସୁନ୍ଦରଗଡ଼ ଜିଲ୍ଲାର ୪ ନଦୀ ଏବେ ଶୁଖିଲା ପଡ଼ିଛି । ଶଂଖ ଉପରେ ଛତିଶଗଡ଼ ସରକାର ଏବଂ କୋଏଲ ଉପରେ ଝାଡ଼ଖଣ୍ଡ ସରକାର ବ୍ୟାରେଜ ନିର୍ମାଣ କରୁଥିବାରୁ ପାଣି ଦେଖାନାହିଁ । ସେପଟେ ବ୍ରାହ୍ମଣୀ ଏବଂ ସରସ୍ବତୀରେ କୋଉଠି ପାଦେ ପାଣି ତ ଆଉ କୋଉଠି ଜମା ନାହିଁ ।

{"id":113958}

ଶୁଖିଲାଣି ଶଂଖ, କୋଏଲ, ବ୍ରାହ୍ମଣୀ ଏବଂ ସରସ୍ବତୀ । ସୁନ୍ଦରଗଡ଼ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ୪ ନଦୀ ମରୁଭୂମି ପାଲଟିଗଲାଣି । ଯୁଆଡ଼େ ଚାହିଁଲେ କେବଳ ବାଲି ଦେଖାଯାଉଛି । କାଁ ଭାଁ କୋଉଠି ପାଦେ ପାଣି ଅଛି ଯାହା । କୋଏଲ ନଦୀ ଝାଡ଼ଖଣ୍ଡରୁ ବାହାରିଥିବା ବେଳେ ଶଙ୍ଖର ଉତ୍ପତ୍ତି  ଛତିଶଗଡ଼ରୁ ।

{"id":113960}

ପୁଣ୍ୟପୀଠ ବେଦବ୍ୟାସରୁ ବାହାରିଛି ସ୍ବରସ୍ବତୀ । କୋଏଲ, ଶଙ୍ଖ, ସ୍ବରସ୍ବତୀର ମିଳନରେ ବେଦବ୍ୟାସରୁ ବ୍ରାହ୍ମଣୀର ଉତ୍ପତି  । ଛତିଶଗଡ଼ ସରକାର ଶଙ୍ଖନଦୀ ଉପରେ ବ୍ୟାରେଜ ନିର୍ମାଣ କରୁଥିବା ବଳେ ଝାଡ଼ଖଣ୍ଡ ସରକାର କୋଏଲ ଉପରେ ୧୮ଟି ବ୍ୟାରେଜ ନିର୍ମାଣ କରି ପାଣି ଅଟକାଉଛନ୍ତି ।

{"id":113963}

ସେପଟେ ସୁନ୍ଦରଗଡ଼ବାସୀ ପାଣି ପାଇଁ ଡହଳ ବିକଳ । ଏଣେ ଚାଷ ଜମି ପଡ଼ିଆ ପଡ଼ିଛି ।

{"id":113961}

ଶଂଖ, କୋଏଲ, ବ୍ରାହ୍ମଣୀ, ସରସ୍ବତୀକୁ ସୁନ୍ଦରଗଡ଼ର ଲାଇଫ ଲାଇନ୍ ବୋଲି କୁହାଯାଏ । ପଡ଼ୋଶୀ ରାଜ୍ୟମାନେ ବ୍ୟାରେଜ୍ ନିର୍ମାଣରେ ମାତିଥିବା ବେଳେ, ଆମ ରାଜ୍ୟ ସରକାର ସବୁ ଜାଣି ଚୁପ୍ ବସିଛନ୍ତି । ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନଗଲେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଲେଣି ଲୋକେ

{"id":113959}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.