ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସେପ୍ଟେମ୍ବର ୩୦ରେ ଋଷିଆ ସହ ମିଶିଯିବେ ୟୁକ୍ରେନର ୪ ଅଞ୍ଚଳ, ଶୁକ୍ରବାର ଘୋଷଣା କରିବେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ

29/09/2022 at 7:48 PM

ମସ୍କୋ ୨୯।୯: ଋଷିଆ ଓ ୟୁକ୍ରେନ ମଧ୍ୟରେ ଗତ ୭ ମାସ ହେଲା ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧକାଳରେ ଋଷିଆ ୟୁକ୍ରେନର କିଛି ଅଞ୍ଚଳକୁ ଦଖଲକୁ ନେଇଥିବା ଦାବି କରୁଛି। ଯେଉଁ ସବୁ ଅଞ୍ଚଳ ଦଖଲକୁ ଆସିଛି ସେହି ସହୁ ଅଞ୍ଚଳକୁ ଏବେ ଋଷିଆରେ ମିସାଇବାକୁ ଜନମତ ସଂଗ୍ରହ  ମଧ୍ୟ ହୋଇଯାଇଛି।  ୩୦ ସେପ୍ଟେମ୍ବର ଶୁକ୍ରବାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଜନମତ ଭୋଟର ଫଳାଫଳ ଘୋଷଣା କରିବା ସହ ଦଖଲରେ ଥିବା ଅଞ୍ଚଳ ସହ ବିଲୟ ସନ୍ଧି ସ୍ୱାକ୍ଷର  ହେବ।

ଏ ନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନରେ ୟୁକ୍ରେନର ଯେଉଁ ସବୁ ଅଞ୍ଚଳକୁ ଋଷିଆ ଦଖଲକୁ ନେଇଛି ମହଜୁଦ ସାଧନରେ ସେ ସବୁ ଅଞ୍ଚଳର ସୁରକ୍ଷା ଲାଗି ଆମେ ସର୍ବଦା ପ୍ରସ୍ତୁତ ବୋଲି  କୁହାଯାଇଛି। ସେପଟେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ଋଷିୟ ସଂଘରେ କ୍ଷେତ୍ରଙ୍କ ପରିଗ୍ରହଣ ନେଇ ସନ୍ଧିରେ ସ୍ଥାନୀୟ ସମୟ ମଧ୍ୟାହ୍ନ ୩ଟାରେ ସ୍ୱାକ୍ଷର ହେବ ଓ ଏହି ସନ୍ଧି ସ୍ୱାକ୍ଷର କ୍ରେମଲିନର ସେଣ୍ଟ ଜର୍ଜ ହଲରେ ହେବ ବୋଲି କହିଛନ୍ତି।

ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ ଏକ ବୟାନରେ ଶୁକ୍ରବାର ଋଷ ୟୁକ୍ରେନର ୪ କ୍ଷେତ୍ରଙ୍କୁ ଅଧିକାରିକ ଭାବେ ନିଜ ସହ ସମ୍ମିଳିତ କରିନେବ ବୋଲି କହିଛି। ରିପୋର୍ଟ ଅନୁସାରେ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜନ କରି ସେହି ସବୁ ଅଞ୍ଚଳକୁ ଋଷିଆର ଅଞ୍ଚଳ ଘୋଷଣା କରିଦିଆଯିବ। ତେବେ ଆଇନ ଅନୁସାରେ ସନ୍ଧିରେ ପୁଟିନଙ୍କ ସ୍ୱାକ୍ଷର ପୂର୍ବରୁ ଋଷ ଫେଡେରେନସ କାଉନସିଲର ମଞ୍ଜୁରୀ ଜରୁରି । ତେବେ ଫେଡେରେସନ କାଉନସିଲ ବୈଠକ କେବେ ହେବ ତାହା ସ୍ପଷ୍ଟ ହୋଇ ନାହିଁ।

   Related Posts