Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁଜଙ୍ଗରେ ଜଳିଗଲେ ଗୋଟିଏ ପରିବାର ୪ ଜଣ ; ଘରେ ଶୋଇଥିବା ବେଳେ ନିଆଁ ଲଗାଇ ଦେଲା ଜ୍ବାଇଁ

22/10/2018 at 9:20 AM

ଜଗତସିଂହପୁର ୨୨|୧୦: ଜୀବନ୍ତ ଜଳିଗଲେ ଗୋଟିଏ ପରିବାରର ୪ ଜଣ । ପାରାଦୀପ କୁଜଙ୍ଗ ଥାନା ବନାପାଟ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଗାଁର ନବଘନ ସାହୁ, ତାଙ୍କ ସ୍ତ୍ରୀ କମଳା ସାହୁ ଓ ଜ୍ବାଇଁ ହରେକୃଷ୍ଣ ମଲିକ ଜୀବନ୍ତ ଜଳିଯାଇଛନ୍ତି । ନବଘନଙ୍କ ଝିଅ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଏବଂ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ନବଘନଙ୍କ ଝିଅ ବଡ ପାଟିରେ ମତେ ବଞ୍ଚାଅ ବୋଲି ଚିତ୍କାର କରିଥିଲେ । ଚିତ୍କାର ଶୁଣି ପଡିଶା ଲୋକେ ପହଞ୍ଚିଲା ବେଳକୁ ପରିବାରର ସମସ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଆଉ ନିଆଁର ମାତ୍ରା ଏତେ ଭୟଙ୍କର ଥିଲା ଯେ ଘର ଭିତରେ ପଶି କାହାକୁ ବଞ୍ଚାଇବା କଷ୍ଟକର ହୋଇ ପଡିଥିଲା । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏତେ ବଡ ଘଟଣା ତାଙ୍କ ସ୍ବାମୀ ହରେକୃଷ୍ଣ ମଲିକ ଘଟାଇଥିବା ରୁବିନା ଆଖି ବୁଜିବା ଆଗରୁ ମୃତ୍ୟୁକାଳୀନ ଜମାନବନ୍ଦୀ ଦେଇଛନ୍ତି । ନବଘନଙ୍କ ଝିଅ କିଛି ମାସ ତଳେ ଭଦ୍ରକ ଅଞ୍ଚଳର ହରେକୃଷ୍ଣ ମଲିକଙ୍କୁ ବିବାହ କରିଥିଲେ । ଗତକାଲି ଶ୍ବଶୁର ଘରକୁ  ହରେକୃଷ୍ଣ ଆସି ସ୍ତ୍ରୀ ରୁବିନାଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ରାତିରେ ଶୋଇଥିବା ବେଳେ ହରେକୃଷ୍ଣ ରୁବିନାଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ହେଲେ ନିଆଁ ଲଗାଇଲା ପରେ ସେ ମଧ୍ୟ ଘରୁ ବାହାରି ପାରିନଥିଲେ । ଶେଷରେ ସେ ମଧ୍ୟ ନିଆଁରେ ଜଳି ଯାଇଛନ୍ତି ।

   Related Posts