୨୦୧୯-୨୦ରେ ସରକାର ୪ଟି ନୂତନ ଦୂତାବାସ ଖୋଲିବେ

Published By : Prameya-News7 Bureau | July 05, 2019 IST

ଅର୍ଥମନ୍ତ୍ରୀ କହିଥିଲେ ଯେ, ଆନ୍ତର୍ଜାତିକ ସମ୍ପ୍ରଦାୟ ମଧ୍ୟରେ ଭାରତର ପ୍ରଭାବ ଓ ନେତୃତ୍ୱକୁ ବୃଦ୍ଧି କରିବା ପାଇଁ ଯେଉଁ ରାଷ୍ଟ୍ରଗୁଡିକରେ ଏ ପର୍ଯ୍ୟନ୍ତ ଭାରତର ଆବାସିକ କୂଟନୈତିକ ମିଶନ ପ୍ରତିଷ୍ଠା ହୋଇନାହିଁ, ସେଠାରେ ଭାରତୀୟ ଦୂତାବାସ ଏବଂ ହାଇ କମିଶନ ଖୋଲିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୪ଟି ନୂତନ ଦୂତାବାସ ପ୍ରତିଷ୍ଠା କରିବା ନେଇ ନିଷ୍ପତି ଗ୍ରହଣ କରିଛନ୍ତି । ଏହା ଫଳରେ ବିଦେଶରେ ଭାରତର ଉପସ୍ଥିତି କେବଳ ବୃଦ୍ଧି ପାଇବ ନାହିଁ ବରଂ ଦୂତାବାସ ମାନଙ୍କୁ ଉନ୍ନତ ତଥା ଅଧିକ ସୁଗମ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ । ବିଶେଷ କରି ସେହି ରାଷ୍ଟ୍ରମାନଙ୍କକରେ ବାସ କରୁଥିବା ଆଂଚଳିକ ଭାରତୀୟ ସମ୍ପ୍ରଦାୟମାନଙ୍କ ପାଇଁ ଏହା ସହାୟକ ହେବ ।

{"id":130871}

୨୦୧୮ ମାର୍ଚ୍ଚରେ ସରକାର ଆଫ୍ରିକାରେ (ରୱାଣ୍ଡା, ଜିବୌତି, ଇକ୍ୱେଟୋରିଆଲ ଗୁଏନା, କଙ୍ଗୋ ସାଧାରଣତନ୍ତ୍ର, ବୁରକିନା ଫାସୋ, କାମେରୁନ, ମୌରିତାନିଆ, କେଫ ଭର୍ଡେ, ସିଏରା ଲିଓନେ, ଚାଡ, ସାଓ ଟୋମେ ଓ ପ୍ରିନ୍ସିପେ, ଏରିଟରିୟା, ସୋମାଲିଆ, ଗୁଏନା ବିଶାଓ, ସ୍ୱାଜିଲାଣ୍ଡ, ଲିବେରିଆ ଓ ଟୋଗୋ) ୧୮ଟି ନୂତନ ଭାରତୀୟ କୂଟନୈତିକ ମିଶନ ପ୍ରତିଷ୍ଠା କରିବା ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ । ଏହି ଦେଶମାନଙ୍କ ମଧ୍ୟରୁ ୨୦୧୮-୧୯ ଆର୍ଥିକ ବର୍ଷରେ ରୱାଣ୍ଡା, ଜିବୌତି, ଇକ୍ୱେଟୋରିଆଲ ଗୁଏନା, ଗୁଏନା ସାଧାରଣତନ୍ତ୍ର ଏବଂ ବୁରକିନା ଫାସୋଠାରେ ୫ଟି ଦୂତାବାସ ପ୍ରତିଷ୍ଠା କରାଯାଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.