ଭୁବନେଶ୍ୱର, ୨୩|୦୪: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୪ ଜଣ ସଂକ୍ରମିତ ଥିବା ସୂଚନା ମିଳିଛି ।
{"id":258770,"sizeSlug":"large"}
ବୁଧବାର ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩ ଥିବା ବେଳେ ଏବେ ଏହା ୮୭ରେ ପହଁଚିଛି । ମୋଟ କେସରୁ ୫୩ ଜଣ ସକ୍ରିୟ ଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହାସହ ଜଣେ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଗତ ୩ ଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭଦ୍ରକ ଓ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ କୋଲକାତା ଲିଙ୍କ୍ ଜଣାପଡିଥିଲା । ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
{"id":258778,"sizeSlug":"large"}
ବୁଧବାର ଅପରାହ୍ନରେ ଜଣେ ନୂତନ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୮୩ ବୃଦ୍ଧି ପାଇଥିଲା। ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟ୍ ଅନୁଯାୟୀ, ୮୩ ତମ କରୋନା ପଜିଟିଭ୍ ଜଣକ ଜଣେ ୩୮ ବର୍ଷୀୟ ଯୁବକ। ତାଙ୍କ ଘର ଯାଜପୁର ଅଞ୍ଚଳରେ। ସେ ପଶ୍ଚିମବଙ୍ଗରୁ ଫେରିଥିଲେ। ଏହି ଯୁବକ ଚିହ୍ନଟ ହେବାପରେ ଯାଜପୁର ଜିଲ୍ଲାରେ କୋଭିଡ-୧୯ ପଜିଟିଭ ସଂଖ୍ୟା ୮ କୁ ବୃଦ୍ଧି ପାଇଥିଲା। ତେବେ ଆଜି ଆଉ ୪ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଁଚିଛି ।