ବୟସ ମାତ୍ର ୪ ମାସ, ବୁଦ୍ଧି ଏମିତି ପଛରେ ପଡିଯିବେ ବଡବଡିଆ

Published By : Prameya-News7 Bureau | February 20, 2024 IST

ନୂଆଦିଲ୍ଲୀ ୨୦/୧୨: ୪ ମାସର କୈବଲ୍ୟା । ବୟସ ସିନା ଏତିକି, କିନ୍ତୁ ଦକ୍ଷତା ଏବେ ଆକାଶ ଛୁଆଁ । ବୁଦ୍ଧି ବଳରେ ସେ ଏବେ ବଡବଡିଆଙ୍କୁ ଦେଉଛି ମାତ୍ । ସମସ୍ତେ ଆଶ୍ଚର୍ଯ୍ୟ ତାର ପ୍ରତିଭା ଦେଖି । ଆନ୍ଧ୍ରପ୍ରଦେଶର ବାସିନ୍ଦା କୈବଲ୍ୟା ନାମ ଏବେ ନୋବେଲ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ ହୋଇଛନ୍ତି । କୈବଲ୍ୟାଙ୍କ ଦକ୍ଷତାକୁ ଦେଖି ଅନୁମାନ କରାଯାଏ କି, ମାତ୍ର ୪ ମାସର ପିଲା ।

ଏହି ବୟସରେ ସେ ପନିପରିବା, ଚିତ୍ର, ପ୍ରାଣୀ ଏବଂ ପକ୍ଷୀ ସହ ଅନ୍ୟ ଜିନିଷ ବିଷୟରେ ଜାଣିବା କଥା । କିନ୍ତୁ କୁନି ଝିଅ କୈବଲ୍ୟା ଏବେ ଅନନ୍ୟ ପ୍ରତିଭାର ଅଧିକାରିଣୀ । ସୂଚନା ଥାଉକି, କୈବଲ୍ୟାଙ୍କ ମା ହେମା ପ୍ରଥମେ ତାଙ୍କ ଝିଅର ଏହି ପ୍ରତିଭାକୁ ଚିହ୍ନିଥିଲେ । ସେ କୈବଲ୍ୟାର ଗୋଟିଏ ଭିଡିଓ ତିଆରି କରି ଏହାକୁ ବିଶ୍ୱ ରେକର୍ଡକୁ ପଠାଇଥିଲେ ।

ନୋବେଲ ୱାର୍ଲ୍ଡ ରେକର୍ଡ କୈବଲ୍ୟାଙ୍କ ପ୍ରତିଭାକୁ ଯାଞ୍ଚ କରି ବିଶ୍ୱ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିଥିଲେ । କୈବଲ୍ୟାଙ୍କୁ ନୋବେଲ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏକ ସାର୍ଟିଫିକେଟ୍ ଦିଆଯାଇଛି । ୩ ଫେବୃଆରୀ ୨୦୨୪ରେ କୈବଲ୍ୟା ଏହି ରେକର୍ଡ କରିଥିଲେ । କୈବଲ୍ୟାଙ୍କୁ '୧୦୦+ ଫ୍ଲାସକାର୍ଡ ଚିହ୍ନିବାରେ ବିଶ୍ୱର ପ୍ରଥମ ଚାରି ମାସର ଶିଶୁ' ଭାବରେ ବର୍ଣ୍ଣନା କରାଯାଇଥିଲା ।
କ’ଣ ଚିହ୍ନିଥିଲେ କୈବଲ୍ୟା?
ସୋସିଆଲ ମିଡିଆରେ କୈବଲ୍ୟାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏଥିରେ ସେ ୧୨୦ ଫ୍ଲାସକାର୍ଡ ଚିହ୍ନଟ କରୁଥିବା ନଜର ଆସିଛନ୍ତି । ଏହି ଫ୍ଲାସକାର୍ଡ ଗୁଡ଼ିକରେ ୧୨ଫୁଲ, ୨୭ପନିପରିବା, ୨୭ଫଳ, ୨୭ପ୍ରାଣୀ ଏବଂ ୨୭ପକ୍ଷୀ ରହିଛି । ଏହି ଭିଡିଓରେ କୈବଲ୍ୟା ଏବଂ ତାଙ୍କ ପରିବାର ପଦକ ସହିତ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ପାଇଁ କୈବଲ୍ୟାଙ୍କୁ ବହୁତ ପ୍ରଶଂସା ମିଳୁଛି ।

ଏହି ସମର୍ଥନ ପାଇଁ ଝିଅର ପରିବାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରିବାର ସଦସ୍ୟ କହିଛନ୍ତି ଯେ ପ୍ରଥମେ ନୋବେଲ ୱାର୍ଲ୍ଡ ରେକର୍ଡର ଲୋକମାନେ ଝିଅର ଏହି ପ୍ରତିଭା ଦେଖିବା ପରେ ଅନ୍ୟମାନେ ଭଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ, ତାଙ୍କ ପ୍ରତିଭା ପରୀକ୍ଷା କରିବା ପରେ, ସେ ଚାରି ମାସର କୈବଲ୍ୟାଙ୍କ ନାମକୁ ବିଶ୍ୱ ରେକର୍ଡରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । କୈବଲ୍ୟାଙ୍କ ମା ଆଶା କରନ୍ତି ଯେ ତାଙ୍କ ପିଲାର କାହାଣୀ ଅନ୍ୟ ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ପ୍ରତିଭାକୁ ଚିହ୍ନିବା ଏବଂ ପାଳନ କରିବା ପାଇଁ ପ୍ରେରଣା ଯୋଗାଇବ ।

you can also read...


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.