ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

କାଶ୍ମୀରର ଅବନ୍ତିପୋରା ଜଙ୍ଗଲରୁ ୪ ଆତଙ୍କୀ ଗିରଫ, ଗୋଟିଏ ଦିନ ପୂର୍ବେ ଅଞ୍ଚଳ ଦେଇ ଯାଇଥିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

30/01/2023 at 4:18 PM

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି । ପୋଲିସ ଏବଂ ସୁରକ୍ଷାକର୍ମୀ ଏକ ମିଳିତ ଅପରେସନରେ ଚାରି ଆତଙ୍କବାଦୀଙ୍କୁ ଗିରଫ କରି ସେମାନଙ୍କ ଠିକଣା ନଷ୍ଟ କରିଛନ୍ତି । ଏହାଛଡା ଘଟଣାସ୍ଥଳରୁ ହତିଆର ମଧ୍ୟ ଜବତ କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁସାରେ ଏଲଇଟିର ଚାରି ଅତଙ୍କୀ ଅବନ୍ତିପୋରାର ଜଙ୍ଗଲରେ ଲୁଚି ରହିଥିଲେ । କାଶ୍ମୀରର ଜୋନ ପୋଲିସ ଟ୍ୱିଟ୍ କରି କହିଛି, ‘ସୁରକ୍ଷାବଳ ସହ ମିଶି ପୋଲିସ ଅବନ୍ତିପୋରାର ହାଫୁ ନଗୀନପୁରା ଜଙ୍ଗଲରେ ଆତଙ୍କବାଦୀ ଠିକଣା ଗୁଡିକୁ ନଷ୍ଟ କରିଛନ୍ତି । ଏଲଇଟି ସହ ଜଡିତ ୪ ଆତାଙ୍କୀଙ୍କୁ ଗିରଫ କରାଯାଇଛି । ସନ୍ଦିଗ୍ଧ ସାମଗ୍ରୀ ଏବଂ ଅନ୍ୟ ପଦାର୍ଥ ଜବତ କରାଯାଇଛି’।

ନିକଟ ଅତୀତରେ ଟାର୍ଗେଟ କିଲିଂର ମାମଲା ବୃଦ୍ଧି ପରେ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନକୁ ଜୋରଦାର କରାଯାଇଛି । ପୂର୍ବରୁ କାଶ୍ମୀର ଜୋନ ଏଡିଜିପି ବିଜୟ କୁମାର ପୂର୍ବରୁ ସୂଚନା ଦେଇ କହିଥିଲେ ଯେ ୨୦୨୨ରେ କାଶ୍ମୀରରେ ୯୩ ଅଭିଯାନରେ ୧୭୨ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ।

ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗୋଟିଏ ଦିନ ପୂର୍ବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଅବନ୍ତିପୋରା ଦେଇ ଯାତ୍ରା କରିଥିଲା । ଏହି ଯାତ୍ରାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପିର ମୁଖ୍ୟ ମେହବୁବା ମୁଫତୀ ମଧ୍ୟ ସାମିଲ ଥିଲେ ।  

   Related Posts