ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଚାରିଲକ୍ଷ ଲୁଟ୍‌, ପୋଲିସର ତଦନ୍ତ ଜାରି

Published By : Prameya-News7 Bureau | November 07, 2022 IST

ଫୁଲବାଣୀ, ୦୭/୧୧: ବନ୍ଧୁକ ମୁନରେ ଟଙ୍କା ଲୁଟ୍‌ l ପେଟ୍ରୋଲ ପମ୍ପ କର୍ମଚାରୀ ଚାରିଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଗରେ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଅନ୍ୟ ଏକ ବାଇକରେ ଆସି ପଛପଟୁ ବାଇକକୁ ଧକ୍କା ଦେଇଥିଲେ । ଫଳରେ କର୍ମଚାରୀ ପଡିଯାଇଥିଲେ l ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ l
ଏଭଳି ଅଭାବନୀୟ ଘଟଣା ଘଟିଛି ତୁମୁଡିବନ୍ଧ ଥାନା ଅଂଚଳରେ ଘଟିଛି । ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଥିଲେ ବି ଲୁଟେରାଙ୍କ ଟେର ପାଇନି ପୋଲିସ l ତେବେ ଏହି ଲୁଟ ଘଟଣାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ସମ୍ପୃକ୍ତ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତକୁ ଆଗକୁ ବଢ଼ାଉଛି ପୋଲିସ l ଏହି ଘଟଣା ପୂର୍ବରୁ ମଧ୍ୟ ତୁମୁଡ଼ିବନ୍ଧ ଅଂଚଳରେ ବାଇକ ଡ଼ିକି ଭାଙ୍ଗି ଲୁଟ ହୋଇଥିଲେ ବି ପୋଲିସ ଲୁଟେରା କୁ ଏଯାଏଁ ଧରିପାରିନଥିବା କୁହାଯାଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.