କଟକ-ଚାନ୍ଦବାଲି ରାସ୍ତା ଅନନ୍ତପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ; ୪ ଜଣ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 20, 2018 IST

କଟକ ୨୦|୯: କଟକ-ଚାନ୍ଦବାଲି ରାସ୍ତା ଅନନ୍ତପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଟ୍ରକ୍ ତଳେ ପସିଗଲା ଇଣ୍ଡିକା କାର । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଲେପୁର ପିକୋଳ ପଞ୍ଚାୟତ ଚାରମାଣି ଅଞ୍ଚଳର ସେରୁ ଖାଁଙ୍କ ପରିବାର ପୁଅକୁ କଟକ ଷ୍ଟେସନରେ ଛାଡିବାକୁ କାରରେ ଯାଉଥିଲେ । ଏହି ସମୟରେ ଅନନ୍ତପୁର ନିକଟରେ କାରଟି ଟ୍ରକ୍ ତଳେ ପସିଯାଇଥିଲା । ଫଳରେ ଘଟଣାସ୍ଥଳରେ ସେରୁ ଖାଁଙ୍କ ପୁଅ, ପୁତୁରା ଓ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେରୁଙ୍କୁ ମେଡିକାଲ ସ୍ଥାନାନ୍ତର ବେଳେ ମୃତ୍ୟୁ ହୋଇଛି । ଆଉ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.