ଜାମ୍ମୁ କାଶ୍ମୀର ବାରାମୁଳାରେ ଫାଟିଲା ବାଦଲ: ଗୋଟିଏ ପରିବାର ୪ ମୃତ, ଜଣେ ନିଖୋଜ

Published By : Prameya-News7 Bureau | September 12, 2021 IST

ଶ୍ରୀନଗର ୧୨/୦୯ : ଜାମ୍ମୁ କାଶ୍ମୀର ବାରାମୁଳା ରଫିୟାବାଦ ଅଞ୍ଚଳରେ ବାଦଲ ଫାଟିବା ଘଟଣା ସାମ୍ନାକୁ ଆସିଛି। ବାଦଲ ଫଟିବାରୁ ଗୋଟିଏ ପରିବାରର ଅସ୍ଥାୟୀ ଘର ପ୍ରଭାବିତ ହୋଇଛି। ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ବାରାମୁଳା ରଫିୟାବାଦ ଅଞ୍ଚଳର ହମାମ ମାର୍କୁଟର ପାହାଡିଆ ଅଞ୍ଚଳରେ ବାଦଲ ଫାଟିଛି ଓ ୫ ସଦସ୍ୟ ବିଶିଷ୍ଟ ଵକରବାଲ ପରିବାର କ୍ଷତିଗ୍ରସ୍ତ ହୋଇଛି। ଘଟଣା ତୁରନ୍ତ ପରେ ଏସଡିଆରଏଫ ସହ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି। ଟିମକୁ ଏବେ ସୁଦ୍ଧା ୪ଟି ଶବ ମିଳିଛି।

ମୃତକମାନେ ହେଲେ ଶହନାଜ ବେଗମ, ନାଜିଆ ଅଖତର, ଆରିଫ ହୁସେନ ଓ ତାରିକ ଅହମଦ। ସମସ୍ତେ ନୌଶେରା ରଜୌରି ବାସିନ୍ଦା। ପରିବାରର ଆଉ ଜଣେ ସଦସ୍ୟ ନିଖୋଜ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.