ଜାମ୍ମୁ-କାଶ୍ମୀର ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ୬ ଆହତ

Published By : Prameya-News7 Bureau | October 30, 2022 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟ୍‌ରେ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେହିପରି ଏଥିରେ ୬ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ କିସ୍ତୱାର ଡେପୁଟି କମିଶନର ଦେବାଶଂ ଯାଦବ କହିଛନ୍ତି " ଭୁସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି।"  

wp:html /wp:html

ଗତକାଲି ଏହି ଦୁର୍ଘଟଣା ଘଟିବା ପରେ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ସେ ନିୟମିତ ଉଦ୍ଧାରକାର୍ଯ୍ୟର ଯାଞ୍ଚ କରୁଛନ୍ତି ବୋଲି କହିଥିଲେ। ଘଟଣା ସ୍ଥଳରେ ମୁତୟନ ହୋଇଥିବା ୬ ଉଦ୍ଧାରକାରୀ ଦଳ ଏଥିରେ ଫସି ରହିଥିବା କହିଥିଲେ।  

ଜାମ୍ମୁ-କାଶ୍ମୀର ଚେନାବ ନଦୀ ଉପରେ ଏହି ରତେଲ ବିଦ୍ୟୁତ୍ ପ୍ରକଳ୍ପର ତିଆରି କାମ ଚାଲିଛି। କୋଟି କୋଟି ଟଙ୍କା ବ୍ୟୟରେ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.