ତେଲ ନେଉଥିବା ବେଳେ ବିସ୍ଫୋରଣ ହେଲା ପେଟ୍ରୋଲ ଟ୍ୟାଙ୍କର; ନିଆଁରେ ପୋଡ଼ିଗଲେ ୧୮, ୪ ମୃତ ଓ ୫ ଗୁରୁତର

Published By : Prameya-News7 Bureau | October 30, 2022 IST

ଆଇଜଲ: ପେଟ୍ରୋଲ ଟ୍ୟାଙ୍କ ବିସ୍ଫରୋଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟା ମିଜୋରାମ ଆଇଜଲ ଜିଲ୍ଲାରେ ଏଭଳି ଦୁର୍ଘଟଣା ଘଟିଛି। ଅଇଜଲ ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ରାଜ୍ୟ ରାଜଧାନୀ ଆଇଜଲର ପୂର୍ବ ଭାଗରୁ ୧୮ କିମି ଦୂରରେ ଥିବା ତୁରିଆଲ ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ପେଟ୍ରୋଲ ଟ୍ୟାଙ୍କର ଚାମ୍ପାଇ ଯାଉଥିବା ବାଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କରୁ ବାହାରୁଥିବା ପେଟ୍ରୋଲ ନେବା ଚକ୍କରେ ମାତିଥିଲେ ଲୋକେ। ଏହି ସମୟରେ କୌଣସି ମତେ ଏଥିରେ ନିଆଁ ଲଗାଯାଇଥିଲା।

ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଯୋଗୁ ତେଲ ନେଉଥିବା ୧୮ ଜଣ ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି ବୋଲି ଆଇଜଲ ପୁଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.