vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କାଉଡିଆଙ୍କ ଉପରେ ମାଡିଗଲା ଟ୍ରେନ ; ୪ ମୃତ

13/08/2018 at 5:12 AM

ରାଉରକେଲା ୧୩/୮ : କାଉଡିଆଙ୍କ ଉପରେ ମାଡିଗଲା ଟ୍ରେନ । ରାଉରକେଲା ପାନପୋଷ ଷ୍ଟେସନ ନିକଟ ଟ୍ରାକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବ୍ରାହ୍ମଣୀ ରେଲୱେ ବ୍ରିଜରେ ଯିବା ବେଳେ ଟ୍ରେନ ଧକ୍କା ଦେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳିନି । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମୃତକ ସମସ୍ତେ ଛତିଶଗଡ଼ ଭିଲାଇ ଅଞ୍ଚଳର ବୋଲି ଜଣାପଡିଛି । ଟ୍ରେନ ଧକ୍କାରେ ନିଲେସ ଦାସ ଏବଂ ତାଙ୍କ ୧୫ ବର୍ଷର ପୁଅ ଲକି ଟ୍ରେନରେ କଟି ମୃତ୍ୟୁ ହୋଇଛି । ନିଲେସ ଦାସଙ୍କ ପତ୍ନୀ ଯମୁନା ଦାସ ଓ ନିଲେସ ଦାସଙ୍କ ଶଶୁର ରାମ ଭରୋସେ ଟ୍ରେନ ଧକାରେ ନଦୀରେ ପଡି ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ଶଶୁର ରାମ ଭରୋଷେଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭିଲାଇରୁ ଗୋଟିଏ ପରିବାରର ୭ ଜଣ ଜଳଲାଗି କରିବାକୁ ଆସିଥିଲେ । ସେମାନଙ୍କ ମଧରୁ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରଥମେ ଭିଲାଇରୁ ଟାଟା ପାସେଞ୍ଜର ଯୋଗେ ଝାରସୁଗୁଡାରେ ଓହ୍ଲାଇ ସେଠାରୁ ଭୁବନେଶ୍ୱର ରାଉରକେଲା ଇଣ୍ଟରସିଟିରେ ରାଉରକେଲା ଆସିଥିଲେ । ପାନପୋଷ ଷ୍ଟେସନରେ ଓହ୍ଲାଇ ବେଦବ୍ୟାସ ବ୍ରାହ୍ମଣୀ ଘାଟରୁ ପାଣି ଉଠାଇ ଥିଲେ । ରାଜଗାଙ୍ଗପୁର ଘୋଗର ଶୈବପୀଠରେ ଜଳାଭିଷେକ କରିବା ପାଇଁ ବ୍ରାହ୍ମଣୀ ଉପରେ ଯାଇଥିବା ରେଲୱେ ବ୍ରିଜ ଉପରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ରାତି ୧୧ଟାରେ ସାମ୍ନାପଟୁ ଆସୁଥିବା ଏକ ଏକ୍ସପ୍ରେସ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା ।

   Related Posts