ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବଜ୍ରପାତରେ ୪ ଚାଷୀ ଆହତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

9/10/2022 at 3:36 PM

ଭୁବନ, ୦୯/୧୦: ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ବଜ୍ରପାତ ଘଟିଥିବା ଜଣାପଡ଼ିଛି । ଏହି ବଜ୍ରପାତ ଯୋଗୁଁ ଧାନ ବିଲରେ କାମ କରୁଥିବା ଚାରି ଜଣ ଚାଷୀ ଗୁରୁତର ହୋଇ ଧାନ ବିଲରେ ପଡିରହିଥିଲେ । ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଛନ୍ତି । ତେବେ ଗୁରୁତରମାନେ ହେଲେ ବିପିନ ପଣ୍ଡା (୫୦ ବର୍ଷ), ମୂଷା ରାଉତ (୪୮ ବର୍ଷ), ହରିଧର ମାଝୀ (୫୮ ବର୍ଷ) ଏବଂ ପବିତ୍ର ସୁତାର (୪୦ ବର୍ଷ) । ବିପିନ ପଣ୍ଡା ଅଧିକ ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

   Related Posts