ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୪ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | December 24, 2019 IST

କେନ୍ଦୁଝର ୨୪/୧୨: ଭାରସାମ୍ୟ ହରାଇ ଓଲଟିଲା ପରିବା ଓ ମାଛ ବୋଝେଇ ଅଟୋ। ଏଥିରେ  ୪ ଗୁରୁତର ହୋଇଛନ୍ତି । ସକାଳ ପ୍ରାୟ ୮ଟା ୧୫ରେ ବଡ଼ବିଲ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

{"id":201858,"sizeSlug":"large"}

ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା,ତେବେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।  ଏମାନେ ହେଲେ ବଡ଼ବିଲ ନ୍ୟୁ ମାର୍କେଟ ଅଞ୍ଚଳର କିରଣ କୈବର୍ତ୍ତ ଓ ରୋଶନ ଠାକୁର । ଅନ୍ୟ ୨ ଆହତ ଭାଗିରଥୀ କୈବର୍ତ ଓ ଆକାଶ କୈବର୍ତଙ୍କୁ ଚିକିତ୍ସା କରାଯାଇଛି ।

{"id":201859,"sizeSlug":"large"}

ଆଜି ସକାଳେ ଓଡି 09 ଜି 8050 ନମ୍ବର ଥିବା ଏକ ୪ ଚକିଆ ଅଟୋରେ ବଡ଼ବିଲ ନ୍ୟୁ ମାର୍କେଟ ଅଂଚଳର କିଛି ବ୍ୟବସାୟୀ, ପରିବା ଓ ମାଛ ବୋଝେଇ କରି ଜୁରୁଡ଼ି ହାଟକୁ ବେପାର ପାଇଁ ଯାଉଥିଲେ, ତେବେ ଅଟୋଟି କିଛି ବାଟ ଯିବା ପରେ ବଡ଼ବିଲ-ଭଦ୍ରାସାହି ରାଜ୍ୟ ରାଜପଥର ବଡ଼ବିଲ କଲେଜ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବଡ଼ବିଲ ପୋଲିସ ଏନେଇ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.