ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ୪ ଗୁରୁତର

Published By : Prameya-News7 Bureau | September 24, 2020 IST

ବାଲିପାଟଣା ୨୪।୯: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ପ୍ରଧାନପାଟଣା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ | ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ପ୍ରଧାନପାଟଣା ଗ୍ରାମର ସରୋଜ ନାଥ, ରଞ୍ଜନ ସାହୁ, ଦିପକ ନାଥ ଏବଂ ମନୋଜ ସାହୁ | ଆକ୍ରମଣକାରୀ ରମାକାନ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।

ଠିକାଦାର କାର୍ଯ୍ୟକୁ ନେଇ ପ୍ରଧାନପାଟଣା ଗ୍ରାମବାସୀଙ୍କ ସହ ରମାକାନ୍ତର ପୂର୍ବରୁ ଶତୃତା ଥିଲା । ବୁଧବାର ରାତ୍ରି ପ୍ରାୟ ୯ଟାରେ ରଞ୍ଜନ ସାହୁଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲା ରମାକାନ୍ତ । ଗ୍ରାମର ଅନ୍ୟମାନେ ଘଟଣା ସ୍ଥଳରେ ପହଁଞ୍ଚିବା ବେଳେ ରମାକାନ୍ତ ଘର ଭିତରୁ ଏକ ଭୁଜାଲି ଆଣି ସରୋଜ, ରଞ୍ଜନ, ଦିପକ, ମନୋଜ ଙ୍କୁ ହାଣିପକାଇଥିଲା । ଆକ୍ରମଣରେ ଗୁରୁତର ମାନଙ୍କର ମୁଣ୍ଡ, ହାତ , ଗୋଡ ଆଦିରେ ଗଭୀର କ୍ଷତ ସୃଷ୍ଟି ହେଇଛି । ତୁରନ୍ତ ଏମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ଭୁବନେଶ୍ଵର କ୍ଯାପିଟାଲ୍ ହସ୍‌ପିଟାଲ୍ ସ୍ଥାନାନ୍ତର କରାଯାଇଛି । ବାଲିପାଟଣା ପୋଲିସ୍ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.