ବ୍ରହ୍ମଗିରି ଅରଖକୁଦା ଗାଁ ନିକଟ ଚିଲିକା କୂଳରେ ବିସ୍ଫୋରଣ ; ୪ ଜଣ ଗୁରୁତର
9/11/2018 at 10:52 AM

ପୁରୀ ୯|୧୧: ବ୍ରହ୍ମଗିରି ଅରଖକୁଦା ଗାଁ ନିକଟ ଚିଲିକା କୂଳରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଅଭିରାମ ବେହେରା, ବବୁରୁ ବେହେରା, ନରସିଂହ ବେହେରା, ଅଭି ବେହେରା । ସେମାନଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଛି । ଡଙ୍ଗା ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ତେବେ ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଛାନଭିନ କରୁଛି ପୋଲିସ ।