ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କାଲିଫର୍ଣ୍ଣିଆରେ ୮ ମାସ ଶିଶୁ ସହ ୪ ଭାରତୀୟ ଅପହରଣ, ତଦନ୍ତ ଚଳାଇଛି ଆମେରିକା ପୋଲିସ୍‌

4/10/2022 at 3:24 PM

ନୂଆଦିଲ୍ଲୀ ୦୪।୧୦: ଆମେରିକାର କାଲିଫର୍ଣ୍ଣିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋମବାର ୪ଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି। ଏଥିମଧ୍ୟରେ ଏକ ୮ ମାସର ଶିଶୁ କନ୍ୟା ମଧ୍ୟ ସାମିଲ୍ ଅଛନ୍ତି। ଏହି ଘଟଣା କାଲିଫର୍ଣ୍ଣିଆର ମର୍ସିଡ୍ କାଉଣ୍ଟିରୁ ଆସିଛି । ଖବର ଅନୁଯାୟୀ, ମର୍ସିଡ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟରୁ ସୋମବାର ଏକ ବିବୃତ୍ତିରେ କହିଛି ଯେ ୩୬ ବର୍ଷିୟ ଜସଦୀପ ସିଂ, ୨୭ ବର୍ଷିୟ ଜସଲିନ୍ କୌର, ସେମାନଙ୍କର ଆଠ ମାସର ଝିଅ ଅରୁହି ଏବଂ ୩୯ ବର୍ଷିୟ ଅମରଦୀପ ସିଂଙ୍କୁ ଅପହରଣ କରାଯାଇଛି। ଅପହରଣ କରିଥିବା ସନ୍ଦିଗ୍ଧ ଭୟଙ୍କ ବୋଲି ପୋଲିସ କହିଛି।

ଅନୁସନ୍ଧାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ଏହି ମାମଲାରେ ଅଧିକ ସୂଚନା ମିଳିପାରି ନାହିଁ। କିନ୍ତୁ ପ୍ରଶାସନ କହିଛି ଯେ ସାଉଥ୍‌ ହାଇୱେ ୫୯ ର ୮୦୦ ବ୍ଲକରୁ ୪ଜଣଙ୍କୁ ଜବରଦସ୍ତ ଅପହରଣ କରାଯାଇଛି। ଖବର ପାଇ ପରିବାରକୁ ଏପରି ଏକ ସ୍ଥାନରୁ ଅପହରଣ କରାଯାଇଛି ଯେଉଁଠାରେ ରିଟେଲର ଏବଂ ରେଷ୍ଟୁରାଣ୍ଟ ରହିଛି। ଏନବିସି ନ୍ୟୁଜ୍ ଅନୁଯାୟୀ ଅଧିକାରୀମାନେ ସନ୍ଦିଗ୍ଧଙ୍କ ନାମ କିମ୍ବା ଅପହରଣ ପଛର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି। ସୋମବାର ଏକ ବିବୃତ୍ତିରେ ପୋଲିସ କହିଛି କି ଆମକୁ ରିପୋର୍ଟ ଆସିଛି, ଆମେ ସନ୍ଦିଗ୍ଧ କିମ୍ବା ପୀଡ଼ିତାଙ୍କ ନିକଟରେ ନପହଞ୍ଚିବାକୁ ଲୋକଙ୍କୁ ଅନୁରୋଧ କରୁଛୁ।

ଏହାପୂର୍ବରୁ ୨୦୧୯ ମସିହାରେ ଭାରତୀୟ ମୂଳ ପ୍ରଫେସନାଲ ତୁଷାର ଆତ୍ରେ ତାଙ୍କ ପ୍ରେମିକାଙ୍କ ମୃତଦେହ କାରରେ ପାଇଥିଲେ। ସେ ଏକ ଡିଜିଟ ମାର୍କେଟିଂ କମ୍ପାନୀର ମାଲିକ ଥିଲେ। କାଲିଫର୍ନିଆର ବିଳାସପୂର୍ଣ୍ଣ ଘରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ଏହା ପ୍ରଥମ ନୁହେଁ ଆମେରିକାରେ ଭାରତୀୟଙ୍କ ବିରୋଧରେ ଆକ୍ରମଣର ଅନେକ ଘଟଣା ଘଟିଛି।

   Related Posts