୨୦୦୦ କୋଟି ଟଙ୍କା ଜିତିଲେ ୪ ଭାରତୀୟ ଭାଇଭଉଣୀ: ପାରିବାରିକ ମାମଲାରେ କୋର୍ଟଙ୍କ ବଡ଼ ରାୟ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ୫ ଭାଇଙ୍କ ମଧ୍ୟରେ ଦୁଇ ଦଶନ୍ଧି ଧରି ଚାଲିଥିବା ଏକ ପାରିବାରିକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଲସ ଏଞ୍ଜେଲସ୍ ସର୍ବୋଚ୍ଚ କୋର୍ଟ। ଏହି ମାମଲାରେ ୨୦୦୦ କୋଟି ଟଙ୍କା ଜିତିଛନ୍ତି ଚାରି ଭାରତୀୟ ଭାଇଭଉଣୀ।

ଏହି ମାମଲାରେ ଅଭିଯୁକ୍ତ ହରେଶ ଜୋଗାନୀ ତାଙ୍କ ଭାଇ ଶଶିକାନ୍ତ, ରାଜେଶ, ଚେତନ ଏବଂ ଶିଲେଶ ଜୋଗାନୀଙ୍କୁ 2.5 ବିଲିୟନ ଆମେରିକୀୟ ଡଲାରରୁ ଅଧିକ କ୍ଷତିପୂରଣ ଦେବେ। ସେମାନଙ୍କ ଦକ୍ଷିଣ କାଲିଫର୍ନିଆରେ ସାମ୍ରାଜ୍ୟକୁ ଭାଗ ଭାବେ ବାଣ୍ଟିବେ। ପ୍ରାୟ ୧୭ ହଜାର ଆପାର୍ଟମେଣ୍ଟ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏକାଧିକ ରିପୋର୍ଟ ଅନୁଯାୟୀ, ଜୋଗାନି ବନାମ ଜୋଗାନି ନାମକ ଆଇନଗତ ଳଢ଼େଇ ଚାଲି ଆସୁଥିଲା। ଏହି ବିବାଦ ଦିନକୁ ଦିନ ଗଡ଼ି ଚାଲିଥିଲା। ହରେଶ ତାଙ୍କ ଭାଇମାନଙ୍କ ସହିତ ଦୀର୍ଘ ଦିନର ଭାଗବଣ୍ଟା ନିୟମକୁ ଉଲଂଘନ କରିଆସୁଥିଲେ। ଯେଉଁଥିରେ କୋର୍ଟରେ ୧୮ଟି ଆବେଦନ, ଏକାଧିକ ଓକିଲ ଏବଂ ୫ଜଣ ବିଚାରପତି ମାମଲାର ବିଚାର କରିଥିଲେ।

ବିଶ୍ୱର ହୀରା ବାଣିଜ୍ୟରେ ଜୋଗାନି ପରିବାରର ସେୟାରକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଶଶିକାନ୍ତ ଜୋଗାନି 1969 ମସିହାରେ କାଲିଫର୍ନିଆରେ ଏକୁଟିଆ ହୀରା ବ୍ୟବସାୟ ପ୍ରତିଷ୍ଠା କରିଥିଲେ। ଭାଇମାନେ ସେମାନଙ୍କର ରିଅଲ୍ ଇଷ୍ଟେଟ୍ ହୋଲ୍ଡିଂକୁ ବିସ୍ତାର କରିବାରେ ସହଯୋଗ କରିଥିଲେ, ପରିଚାଳନା ଉପରେ ଏକ ବିବାଦ ନହେବା ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପୋର୍ଟଫୋଲିଓ ସଂଗ୍ରହ କରିଥିଲେ। ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଯେ ହେରେଶ ମୌଖିକ ଚୁକ୍ତି ଭଙ୍ଗ କରିଛନ୍ତି।

ଆଟର୍ଣ୍ଣି ଷ୍ଟିଭ୍ ଫ୍ରିଡମ୍ୟାନ୍ କହିଛନ୍ତି, ଜୋଗାନି ପରିବାରର ବ୍ୟବସାୟିକ ପ୍ରଥା ମଧ୍ୟରେ ମୌଖିକ ଚୁକ୍ତିନାମାର ଗୁରୁତ୍ୱକୁ ଦର୍ଶାଯାଇଛି ଏବଂ ମୌଖିକ ଚୁକ୍ତିନାମାକୁ ଲିଖିତ ଚୁକ୍ତିନାମା ପରି ମୂଲ୍ୟବାନ ବିବେଚନା କରାଯାଉଛି। ଏହି ରାୟ ପରେ ହରେଶ ଜୋଗାନୀଙ୍କ ଆବେଦନ ପକ୍ଷପାତିତା ହୋଇଥିବା  ଚ୍ୟାଲେଂଜ କରିଥିଲେ।

ବିଚାରପତି ଏହି ଆବେଦନକୁ ଖାରଜ କରିଥିଲେ। ଖଣ୍ଡପୀଠଙ୍କ ନିଷ୍ପତ୍ତିରେ ଭାଗିଦାରୀର 50 ପ୍ରତିଶତ ଅଂଶଧନ ହାସଲ କରିଥିବା ବେଳେ ହରେଶ 24 ପ୍ରତିଶତ, ରାଜେଶ 10 ପ୍ରତିଶତ, ଶିଲେଶ 9.5 ପ୍ରତିଶତ ଏବଂ ଚେତନ 6.5 ପ୍ରତିଶତ ସହିତ ମାଲିକାନା ଅଂଶଧନକୁ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.