Amazon କାନାଡା ଫାସେଲିଟିରେ ୪୦୦ରୁ ଅଧିକ କର୍ମଚାରୀ Covid ଆକ୍ରାନ୍ତ, କାର୍ଯ୍ୟ ପରିବେଶ ଓ ସଂସ୍କୃତିକୁ କହୁଛନ୍ତି ନର୍କ

Published By : Prameya-News7 Bureau | December 26, 2020 IST

ଅନ୍ତାରିଓ : ଅନଲାଇନ୍‌ ଷ୍ଟୋର ଆମାଜନର କାନାଡା ଫାସେଲିଟିମାନଙ୍କରେ କାମ କରୁଥିବା ୪୦୦ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିଲାଗି ସେମାନେ କାର୍ଯ୍ୟସଂସ୍କୃତି ଓ ସେଠାକାର ପରିବେଶକୁ ଦାୟି କରିଛନ୍ତି। ସେମାନେ ଯେଉଁ ପରିବେଶରେ କାମ କରୁଛନ୍ତି ତାହା ନର୍କଠାରୁ ମଧ୍ୟ ଭୟଙ୍କର ବୋଲି କର୍ମଚାରୀମାନେ କହିଛନ୍ତି।

{"id":383052,"sizeSlug":"large","linkDestination":"none"}

କାନାଡା ଅନ୍ତାରିଓରେ ଆମାଜନର ୪ଟି ଫାସେଲିଟି ରହିଛି। ସବୁ ଫାସେଲିଟିରେ କର୍ମଚାରୀମାନେ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ତେବେ ଆମାଜନ ସଂକ୍ରମଣ ଲାଗି ତାଙ୍କ କାରଖାନା ନୁହେଁ ଆଖପାଖର ଜନବସତୀ ଦାୟି ବୋଲି କହୁଛନ୍ତି। ଫାସେଲିଟି ଆଖପାଖରେ ଥିବା ଆବାସିକ ଅଞ୍ଚଳରେ କୋଭିଡ ସଂକ୍ରମଣ ଏବେ ଉଗ୍ର ରୂପ ଧାରଣ କରିଛି। ଏଣୁ ଅନ୍ତାରିଓ ଡିସେମ୍ବର ୨୬ ତାରିଖ ମଧ୍ୟାହ୍ନ ୧୨ଟା ବାଜି ଏକ ମିନିଟ୍‌ରୁ ଲକଡାଉନ ହୋଇଯାଇଛି।

{"id":383053,"sizeSlug":"large","linkDestination":"none"}

ଡକଫୋର୍ଡ ପ୍ରିମିୟର ଏକ ବୟାନରେ ଏବେ ଦୈନିକ ସଂକ୍ରମଣ ହାର ଏତେ ବଢିଯାଇଛି ଯେ ଆମ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ସ୍ଥାନାଭାବ ଦେଖାଦେଇଛି ବୋଲି କହିଛନ୍ତି। ଏଥିରେ ଆମାଜନର ପଜିଟିଭ ଚିହ୍ନଟ କର୍ମଚାରୀ ଓ ସେମାନଙ୍କ ସହ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୨ ସପ୍ତାହ ଆଇସୋଲେସନରେ  ପଠାଯାଉଛି। ଏହି ସମୟର ବେତନ ମଧ୍ୟ କର୍ମଚାରୀଙ୍କୁ ପ୍ରଦାନ କରୁଥିବା କମ୍ପାନୀ କହୁଛି।

{"id":383054,"sizeSlug":"large","linkDestination":"none"}

ସେହିପରି କମ୍ପାନୀ ନୂଆକରି ନିଯୁକ୍ତ କରୁଥିବା କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ନିୟମକୁ କଡାକଡି ପାଳନ ଲାଗି ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବାର ମଧ୍ୟ କହୁଛି । ଏଥିପାଇଁ କମ୍ପାନୀ ଏପର୍ଯ୍ୟନ୍ତ  ୮୦୦  ମିଲିୟନ ଡଲାର ବ୍ୟୟ ମଧ୍ୟ କଲାଣି। କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି କମ୍ପାନୀ ସର୍ବାଧିକ ପ୍ରାଥମିକତା ପ୍ରଦାନ କରୁଥିବା କହିଥିବା ବେଳେ  ଖାସ ଏଥିଲାଗି ୨୦୨୦ ମସିହାରେ କୋଭିଡ-୧୯ ସୁରକ୍ଷା ଲାଗି ୧୦ ବିଲିୟନ ଡଲାର ନିବେଶ କରିବ ବୋଲି ସୂଚନା ଦେଇଛି। 

{"id":383055,"sizeSlug":"large","linkDestination":"none"}

ତେବେ ଆମାଜନଙ୍କ କାନାଡା ଫାସେଲିଟିମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଏଥିପାଇଁ କମ୍ପାନୀର କାର୍ଯ୍ୟ ସଂସ୍କୃତିକୁ ଦାୟି କରୁଛନ୍ତି। ଏଠାରେ ପାରସ୍ପରିକ ଦୂରତା ରକ୍ଷା କରାଯାଇ ପାରୁନଥିବା ବେଳେ ସାନିଟାଇଜେସନ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ଏହା ଛଡା କର୍ମଚାରୀମାନେ କାର୍ଯ୍ୟସ୍ଥଳକୁ ପିନ୍ଧି ଯାଉଥିବା ସେମାନଙ୍କ ଏନ-୯୫ ମାସ୍କକୁ ଫାସେଲିଟିରେ ବ୍ୟବହାର ଉପରେ କଟକଣା ରହିଛି। ସେମାନଙ୍କ ସବୁ ସମୟ କେବଳ ବାକ୍ସ ଭରିବାରେ କଟିଯାଉଛି। ଏପରିକି ସେମାନେ ଯଦି ଶୌଚାଳୟ ବି ଯାଆନ୍ତି ଏହି ସମୟ ମଧ୍ୟ ‘ଟୟଲେଟ ବ୍ରେକ୍‌’ ଭାବେ ରେକର୍ଡ କରାଯାଉଛି।

{"id":383058,"sizeSlug":"large","linkDestination":"none"}

ଗ୍ରାହକଙ୍କ ଅର୍ଡର ସପ୍ଲାଇ ଲାଗି ଆମେରିକାରେ ଆମାଜନ ଏବଂ ୱାଲମାର୍ଟଙ୍କ ଲଢେଇ କର୍ମଚାରୀଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏପରି କାର୍ଯ୍ୟସ୍ଥଳକୁ ଯିବାକୁ ୯୯ ପ୍ରତିଶତ କର୍ମଚାରୀ ଆଦୌ ଇଚ୍ଛା କରନ୍ତି ନାହିଁ। ହେଲେ ଉପୁଜିଥିବା ପରିସ୍ଥିତିରେ ସେମାନେ ଉପାୟଶୂନ୍ୟ ବୋଲି କହିଛନ୍ତି। ଆମେରିକା ଜାତୀୟ ଶ୍ରମ ସମ୍ପର୍କ ପରିଷଦ କର୍ମଚାରୀଙ୍କ ଅଭିଯୋଗର ସତ୍ୟତା ଥିବାର ସ୍ୱୀକାର କରିଛନ୍ତି। କମ୍ପାନୀର ଷ୍ଟେଟେନ ଆଇଲ୍ୟାଣ୍ଡ ପୁଲଫିଲମେଣ୍ଟ ସେଣ୍ଟରରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ନୀତିକୁ ବିରୋଧ କରିବାରୁ ଗେରାଲ୍ଡ ବାୟସନ ନାମକ ଜନୈକ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଦିଆଯାଇଥିବାର ପରିଷଦ ସୂଚନା ପାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.