ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପଞ୍ଜାବରେ କଂଗ୍ରେସକୁ ଆଉ ଏକ ଝଟକା, ବିଜେପିରେ ସାମିଲ ହେବେ ୪ ପୂର୍ବତନ ମନ୍ତ୍ରୀ

4/06/2022 at 10:32 PM

ଚଣ୍ଡିଗଡ: ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ପଞ୍ଜାବ କଂଗ୍ରେସକୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟକା। କଂଗ୍ରେସ ସରକାର ସମୟର ୪ ଜଣ ମନ୍ତ୍ରୀ ବିଜେପି ସାମିଲ ହେବାକୁ ଯାଉଛନ୍ତି । ଡ.ରାଜ କୁମାର ଭେକ୍ରା, ବଲବୀର ସିଂ ସିଦ୍ଧୁ, ଗୁରପ୍ରୀତ ସିଂ କାଙ୍ଗର ଏବଂ ସୁନ୍ଦେର ଶାମ ଅରୋରା ରବିବାର ବିଜେପିରେ ସାମିଲେ ହେବ । ଚଣ୍ଡିଗଡ ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସମସ୍ତେ ବିଜେପିର ସଦସ୍ୟତା ଗ୍ରହଣ କରିବେ।

ମୋହାଲିରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ବରବୀର ସିଂ ସିଦ୍ଧୁ କଂଗ୍ରେସ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ସେହିପରି ରାମପୁରା ପୋଲ ଆସନରୁ ତିନି ଥର ନିର୍ବାଚିତ ହୋଇଥିବା ଗୁରପ୍ରୀତ କାଙ୍ଗର କଂଗ୍ରେସ ସରକାରରେ ରାଜସ୍ୱ ମନ୍ତ୍ରୀ ଥିଲେ। ସେହିପରି ରାଜ କୁମାର ଭେକ୍ରା ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ। ହୋସିୟାରପୁର ଆସନରୁ ପୂର୍ବତନ ବିଧାୟକ ସୁନ୍ଦେର ଶାମ ଅରୋରା କଂଗ୍ରେସ ସରକାରରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଥିଲେ।  

ଏହା ପୂର୍ବରୁ ପୂର୍ବତନ କଂଗ୍ରେସ ବିଧାୟକ ବରନାଲା କେୱାଲ ସିଂ ଏବଂ ଶିରୋମଣି ଅକାଳୀ ଦଳ ବିଧାୟକ ସରୁପ ଚାନ୍ଦ ଶ୍ରୀଙ୍ଗଲା ଏବଂ ମୋହିନ୍ଦର କୌର ଜୋଶ ବିଜେପିରେ ସାମିଲ ହୋଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ।

   Related Posts