ଆପ୍ରୋଚ ପୋଲ ଉପରେ ୪ଫୁଟ ବନ୍ୟାଜଳ ପ୍ରବାହିତ, ଧର୍ମଗଡ-ଜୁନାଗଡ଼ ଯାତାୟତ ବାଧାପ୍ରାପ୍ତ
15/08/2022 at 1:29 PM

ଧର୍ମଗଡ ୧୫।୮: କଳାହାଣ୍ଡି ଆପ୍ରୋଚ ପୋଲ ଉପରେ ବନ୍ୟାଜଳ ପ୍ରବାହିତ । ଫଳରେ ସେହି ରାସ୍ତା ଦେଇ ଯାତାୟତ ଠପ୍ ହୋଇଛି । ଧର୍ମଗଡ-ଜୁନାଗଡ଼ ମୁଖ୍ୟରାସ୍ତା ଏନଏଚ ୧୩୦ସି ବଡବସୁଲ ହାଳେରଜୋରର ଆପ୍ରୋଚ ପୋଲ ଉପରେ ୪ ଫୁଟ ଜଳ ପ୍ରବାହିତ ହେଉଥିବାରୁ ଧର୍ମଗଡ-ଜୁନାଗଡ଼ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଚଳିତ ବର୍ଷ ଏହାକୁ ମିଶାଇ ୪ ଥର ଏହି ଆପ୍ରୋଚ ପୋଲ ଉପରେ ପାଣି ପ୍ରବାହିତ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023