Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷକରେ ୪ ପରିବାର ସଫା, ଗଣହତ୍ୟା ନା ଗଣ ଆତ୍ମହତ୍ୟା ? ଯାଇଛି ୧୪ ଜଣଙ୍କ ଜୀବନ

14/09/2023 at 10:40 AM

ଭୁବନେଶ୍ୱର ୧୪/୦୯: ଲୋମହର୍ଷଣକାରୀ ଗଣହତ୍ୟା । ଶୁଣିଲେ ଟାଙ୍କୁରି ଉଠେ ଲୋମମୂଳ । ଜଣେ ଦୁଇଜଣ ନୁହେଁ ଏକାଥରକେ ପରିବାର । ଘଟଣା ପଛର ପ୍ରକୃତ କାହାଣୀ କଣ? ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା? ଯାହାର ସଦ୍ୟ ଉଦାହରଣ ବରଗଡ ସୋହେଲା ବ୍ଲକ ମାଷ୍ଟରପଡାର ଗଣ ଆତ୍ମହତ୍ୟା । ମାମଲାରେ ୪ ପରିବାର ସଂପୂର୍ଣ୍ଣ ସଫା । ପରପାରିରେ ୧୪ ଜୀବନ । ଆସନ୍ତୁ ଜାଣିବା ପୂରା ଘଟଣା ।

୨୦୨୨ ଅକ୍ଟୋବର ୩୦, ଭେଡେନ୍ କାଣ୍ଡୋଲରେ ଘଟିଥିଲା ପ୍ରଥମ ଘଟଣା । ଯାଇଥିଲା ୪ ଜୀବନ । ଗଣହତ୍ୟାରେ ଶେଷଦେବ ମେହେର, ସ୍ତ୍ରୀ କ୍ଷୀରେଶ୍ୱରୀ, ପୁଅ ଅରବିନ୍ଦ ଓ ଝିଅ ଶିବାନୀଙ୍କ ହୋଇଥିଲା ମୃତ୍ୟୁ । ଏଯାଏଁ ଘଟଣା ଉପରୁ ହଟିପାରିନି ପର୍ଦ୍ଦା । କାହିଁକି ଓ କେମିତି ଘଟିଲା ନାରକୀୟ କାଣ୍ଡ ପୋଲିସ ବି ପାଇପାରିନି ସୁରାକ୍ ।

ସେହିଭଳି ଏପ୍ରିଲ ୧୮ରେ ନଜର ଆସିଥିଲା ଅନୁରୂପ ଘଟଣାଚକ୍ର । ଭେଡେନ୍ ଥାନା ଆଖିପୁଟା ଗାଁରେ ହୋଇଥିଲା ଗଣହତ୍ୟା । ଦୀର୍ଘ ଦିନର ଛାନ୍‌ଭିନ୍ ପରେ ଧରାପଡିଥିଲା ଅଭିଯୁକ୍ତ ଅନାମ ସାହୁ ଓରଫ ବାସୁଦେବ । ଅନାମ ନିଜ ମାମୁଁ ୭୦ ବର୍ଷୀୟ ଟଙ୍କଧର ସାହୁ, ତାଙ୍କ ଦୁଇ ପତ୍ନୀ ଦ୍ରୌପଦୀ ଓ ମାଧବୀଙ୍କୁ ପିଟିପିଟି କରିଥିଲା ହତ୍ୟା । ଏହା ପରେ ଝିକିଝିକି ଗାଁର ଗଣହତ୍ୟା ସମସ୍ତଙ୍କୁ କରିଦେଇଥିଲା ସ୍ତବ୍ଧ । ଜମି ବାଡି ବିବାଦକୁ ପୁତୁରାର ପୁରା ପରିବାରକୁ ସଫା କରି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲା କକା ।

ଆଉ ଏବେ ସବୁଠୁ ଚର୍ଚ୍ଚାରେ ସୋହେଲାର ମାଷ୍ଟରପଡା ଗଣଆତ୍ମହତ୍ୟା । ଗତ ୬ ତାରିଖରେ ମାଷ୍ଟରପଡାରେ ଅର୍ଜୁନ ସାହୁଙ୍କ ହୋଇଥିଲା ପରଲୋକ । ସେବେଠାରୁ ଅବସାଦରେ ରହିଥିଲେ ପୂରା ପରିବାର । ହେଲେ ରବିବାର ପତ୍ନୀ, ପୁଅ ଓ ଝିଅ ଏକସଂଗେ ପିଇଥିଲେ ବିଷ । ତେବେ ଆଶ୍ଚର୍ଯ୍ୟର କଥା ଆଉ ସେହିଦିନ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ପୁଅ ଓ ଝିଅଙ୍କ ମୃତ୍ୟୁ । ପରେ ସୋମବାର ଆଖିବୁଝିଥିଲେ ମାଆ । ଏହି ଅଭାବନୀୟ ଘଟଣା ପରେ ଉଜୁଡିଯାଇଥିଲା ପୂରା ପରିବାର ।

   Related Posts