ଗଞାମ ଜିଲ୍ଲାରେ ଧରାପଡିଲେ ୪ଜଣ ନକଲି ଶିକ୍ଷକ
3/11/2019 at 10:55 PM

ବ୍ରହ୍ମପୁର ୦୩।୧୧- ଗଞାମ ଜିଲ୍ଲା ର ୪ଜଣ ନକଲି ଶିକ୍ଷକ ଧରାପଡିଲେ । ଜିଲ୍ଲା ର ଧରାକୋଟ୍ ବ୍ଳକ୍ ରେ ମିଥ୍ୟା ସାର୍ଟିଫିକେଟ୍ ଦାଖଲ କରି ୪ଜଣ ଶିକ୍ଷକ କରୁଥିଲେ ଚାକିରି । ତଦନ୍ତ ବେଳେ କଳା କାରନାମା ର ପର୍ଦ୍ଦାଫାସ୍ ହୋଇଥିବା ସୂଚନା ଦେଲେ ଗଞାମ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ।
୪ଜଣ ନକଲି ଶିକ୍ଷକ ଙ୍କ ବିଋଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ଗଞାମ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା। ଗଞାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ଚଢାଉ କରାଯାଇଥିବା କୁହାଯାଇଛି । ୪ଜଣ ଶିକ୍ଷକ ମେଟ୍ରିକ୍ ପରୀକ୍ଷା ର ମାର୍କ କୁ ଅଧିକ କରିବା ସହ ବୟସକୁ କମ୍ କରିଥିବା ତଦନ୍ତ ବେଳେ ଜଣାପଡିଥିବା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023