ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଭଷାଣି ବେଳେ ଦୁର୍ଘଟଣା: ସଳନ୍ଦୀ ନଦୀରେ ବୁଡ଼ିଗଲେ ୪, ୩ ଉଦ୍ଧାର, ଜଣେ ନିଖୋଜ

6/10/2022 at 9:56 PM

ଭଦ୍ରକ, ୦୬/୧୦: ମା ଦୁର୍ଗାଙ୍କ ଭାଷାଣି ବେଳେ ଅଘଟଣ । ଦୁର୍ଗରେ ଠାକୁରଙ୍କ ମେଢ଼ ସହ ୪ ଜଣ ଭାସିଯାଇଥିବା ବେଳେ ୨ ଜଣ ବାହାରି ଆସିଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଭଦ୍ରକ ସହରର ଜାନୁଗଞ୍ଜ ମଣ୍ଡପରୁ ଭଷାଣି ଶୋଭାଯାତ୍ର ବାହାରିଥିଲା । ସାଳନ୍ଦୀ ନଦୀର ବାଉଦପୁର ଘାଟ ନିକଟରେ ରାବଣ ପୋଡି ସହ ଭଷାଣି ହେଉଥିଲା । ଭଷାଣି ବେଳେ ମେଢ଼ ତଳେ ୪ ଜଣ ଚାପି ହୋଇଥିବା ଖବର ପ୍ରସାରିତ ହୋଇଥିଲା ।

ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମେଡିକାଲକୁ ଆଣିଥିଲେ । ଯୁବକଙ୍କ କହିବା ଅନୁଯାୟୀ ଅନ୍ୟ ୩ ଜଣ ତାଙ୍କ ସହ ଥିଲେ । କିନ୍ତୁ ପରେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ୪ ଜଣଙ୍କ ମଧ୍ୟରୁ ଜଣେ ଯୁବକ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ, ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି ଓ ଜଣେ ଯୁବକ ନିଖୋଜ ଥିବା କୁହାଯାଉଛି । ଅନ୍ୟପଟେ ଅନ୍ଧାର ରାତି ପାଇଁ ନିଖୋଜଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

   Related Posts