Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ହରିଣକୁ ଝୁଣିଲେ ୪ କୁକୁର, ବନ ବିଭାଗର କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

7/03/2023 at 9:30 PM

ଉଦଳା: ଜଙ୍ଗଲୀ ଜନ୍ତୁ ଏବେ ଜନବସତି ମୁହାଁ ହେଉଛନ୍ତି । ଆଉ ଜନବସତିରେ ପଶିବା ପରେ କୁକୁରଙ୍କ ଆକ୍ରମଣରେ ଗୋଟିଏ ହରିଣ ଗୁରୁତର ହୋଇଛି । ହରିଣଟିକୁ କୁକୁରାମାନେ ଝୁଣି ପକାଇବାକୁ ଚେଷ୍ଟା କରିଥିବା ବେଳେ ହରିଣଟି ତାଙ୍କ କବଳରୁ ବର୍ତ୍ତି ଆସିଛି । ଘଟଣାଟି ଉଦଳା ବନାଂଚଳ ଅଧିନ ଖିରପଦା ଗ୍ରାମରେ ଘଟିଛି ।

ଆଜି ଗୋଟିଏ ହରିଣ ଜଙ୍ଗଲରୁ ଖିରପଦା ଗାଁକୁ ଆସି ଯାଇଥିଲା। ତେବେ ଚାରି ବୁଲା କୁକୁର ହରିଣଟିକୁ ଆକ୍ରମଣ କରିବା ସହିତ କାମୁଡିଥିଲେ । ହରିଣଟି କୁକୁରଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହେବା ସହିତ ସେଠାରୁ ଖସି ଆସିଥିଲା । ଖବର ପାଇ ଉଦଳା ବନ ବିଭାଗ ଘଟଣାସ୍ଥଳରେ ପହଂଚି ଗୁରୁତର ହରିଣକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ପଶୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଶିମିଳିପାଳରେ ନିଆଁ ଲାଗିବା ସହିତ ବାରମ୍ବାର ବନ୍ୟଜନ୍ତୁ ଶିକାର ହେଉଥିବାରୁ ଶିମିଳିପାଳ ଏବେ ଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ତେଣୁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ହରିଣ ଜନବସତିକୁ ଆସିବା ପରେ ତାକୁ ବନ ବିଭାଗ ଉଦ୍ଧାର କରିଥିଲେ ସୁଦ୍ଧା ତାହାର ମୃତ୍ୟୁ ହୋଇଥିଲା । ବାରମ୍ୱାର ଏପରି ଘଟଣା ଏବେ ବନ ବିଭାଗର ପରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି ।   

   Related Posts