ସାପ୍ତାହିକ ହାଟରେ ଅଘଟଣ : ପରିତ୍ୟକ୍ତ କାନ୍ଥ ପଡି ୪ ମୃତ, ୩ ଗୁରୁତର
9/06/2019 at 9:16 AM

ଢେଙ୍କାନାଳ ୯|୬: ଢେଙ୍କାନାଳ କାଲଟାକ୍ସ ସ୍ଥିତ ଅଳସୁଆ ହାଟରେ ଅଘଟଣ ଘଟିଛି । ପରିତ୍ୟକ୍ତ କାନ୍ଥ ପଡି ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।

ମୃତକ ୩ ଜଣ ଟାଇଁପୁର ବାସିନ୍ଦା ସଂଗ୍ରାମ ସାହୁ, ଗେଙ୍ଗୁଟିଆର ରାମଚନ୍ଦ୍ର ସାହୁ ଓ ଗୁରୁଜଙ୍ଗାର ଅଭିମନ୍ୟୁ ବିଶ୍ବାଳ । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି । ଗୁରୁତର ୨ ଜଣ ହେଉଛନ୍ତି କାମେଶ ପାତ୍ର ଓ କିଣା ବେହେରା । ଅନ୍ୟ ଗୁରୁତରଙ୍କ ପରିଚୟ ମିଳିପାରିନି ।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତାହତ ପରିବା ବ୍ୟବସାୟୀ ବୋଲି ଜଣାପଡିଛି । ସାପ୍ତାହିକ ହାଟରେ ବସିଥିବା ବେଳେ କାନ୍ଥ ଭାଙ୍ଗି ପଡିଥିଲା ।ଉଦ୍ଧାର କାମରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ।