ସମୁଦ୍ର କୂଳରେ ପରସ୍ପର ଧକ୍କା ହେଲା ଦୁଇଟି ହେଲିକପ୍ଟର: ୪ ମୃତ, ୩ ଆହତ, ସିସିଟିଭିରେ କଏଦ ହେଲେ ଭିଡିଓ
2/01/2023 at 3:58 PM

ମେଲବର୍ଣ୍ଣ: ସମୂଦ୍ର କୂଳରେ ପର୍ଯ୍ୟଟକ ଭିଡ଼ ଥିବା ବେଳେ ହଠାତ୍ ଆକାଶରେ ମୁହାଁମୁହିଁ ଧକ୍କା ହେଲା ଦୁଇଟି ହେଲିକପ୍ଟର। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୩ଜଣ ଆହତ ହୋଇଛନ୍ତି। କ୍ୱିନ୍ସଲ୍ୟାଣ୍ଡ ରାଜ୍ୟରେ ସି ୱାର୍ଲ୍ଡ ମ୍ୟାନ୍ ବିଚ୍ ସମୁଦ୍ର କୂଳରେ ଗୋଟିଏ ହେଲିକପ୍ଟର ଟେକ୍ଅପ୍ କରୁଥିବା ବେଳେ ଅନ୍ୟଟି ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ଦୁଇଟି ମଧ୍ୟରେ ଧକ୍କା ହୋଇଥିଲା। କ୍ୱିନ୍ସଲ୍ୟାଣ୍ଡ ପୁଲିସ ଇନ୍ସପ୍ୟାକ୍ଟର ଗ୍ୟାରିୱାରେଲ୍ ଏହି ସୂଚନା ଦିଆଯାଇଛି।
ଦୁର୍ଘଟଣା ଘଟିବା ପରେ ଆହତମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦୁର୍ଘଟଣାର ଚିତ୍ର କଏଦହୋଇଛି। ସମୁଦ୍ର କୂଳରେ ଥିବା ହେଲିକପ୍ଟରଟି ଟେକ୍ପ୍ କରୁଥିବା ବେଳେ ହିଁ ଅନ୍ୟ ହେଲିକପ୍ଟର ସହ ଧକ୍କା ହୋଇଥିବା ଭିଡିଓରେ ଦେଖାଯାଇି।
ବର୍ତ୍ତମାନ ସ୍ଥିତିରେ ଦୁର୍ଘଟଣା ସ୍ଥାନକୁ ଖାଲି କରିଦିଆଯାଇଛି। ମାମଲାର ତଦନ୍ତ ଜାରି ରହିଛି ବୋଲି ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଖବର୍ ପ୍ରକାଶ ପାଇଛି। ଦୁର୍ଘଟଣାରେ ଅଷ୍ଟ୍ରେଲିଆର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।