Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କରିନିଅନ୍ତୁ ଜରୁରୀ କାମ: ଆଗାମୀ ୪ ଦିନ ବ୍ୟାଙ୍କ ବନ୍ଦ, ମାସର ଶେଷ ସପ୍ତାହରେ ୪ ଦିନ ବନ୍ଦ

17/08/2022 at 4:20 PM

ନୂଆଦିଲ୍ଲୀ, ୧୭/୦୮: ଅଗଷ୍ଟ ମାସରେ ପର୍ବ ପର୍ବାଣୀ ଭରି ରହିଛି । ରକ୍ଷୀ ପୂର୍ଣ୍ଣିମା ସହ ଆଉ କିଛି ପର୍ବ ଯାଇଥିବା ବେଳେ ଆଗକୁ ଆଉ କିଛି ଆସୁଛି । ଏହାରି ମଧ୍ୟରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ଜଡ଼ିତ କାମ ରହିଛି ତେବେ ଆଜି ଏହାକୁ ସାରି ଦିଅନ୍ତୁ । କାରଣ ୧୮ରୁ ୨୧ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ।

ପୂର୍ବରୁ ସ୍ୱାଧୀନତା ଦିବସ ଛୁଟି ସମେତ ଅନ୍ୟ ଛୁଟିକୁ ମିଶାଇ ଲଗାତାର ୬ଟି ଛୁଟିରେ ବ୍ୟାଙ୍କ୍‌ ବନ୍ଦ ରହିଥିଲା । ଚଳିତ ସପ୍ତାହରେ ଅର୍ଥାତ ୧୮ ଅଗଷ୍ଟରେ ଜନ୍ମାଷ୍ଟମୀ ପର୍ବ ରହିଥିବା ବେଳେ ଏହି ଦିନ ବ୍ୟାଙ୍କ ଖୋଲା ରହିବ ନାହିଁ । ୧୯ ଅଗଷ୍ଟରେ କୃଷ୍ଣ ଜୟନ୍ତୀ ଏବଂ ଅଗଷ୍ଟ ୨୦ରେ ନନ୍ଦୋତ୍ସବ ରହିଛି  । ଅର୍ଥାତ ଶୁକ୍ରବାର ଏବଂ ଶନିବାର ଛୁଟି ରହିଥିବା ବେଳେ ରବିବାର ଛୁଟିକୁ ମିଶା ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ ।   

 ଆର୍‌ବିଆଇର କ୍ୟାଲେଣ୍ଡର ଅନୁଯାୟୀ, ଅଗଷ୍ଟ ମାସରେ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ନିର୍ଦ୍ଧାରିତ ହୋଇଛି । ଏଥିସହିତ ୪ ସାପ୍ତାହିକ ଛୁଟି ମଧ୍ୟ ସାମିଲ୍‌ ରହିଛି । ମାସର ଶେଷ ସପ୍ତାହରେ ୪ ଟି ବ୍ୟାଙ୍କିଂ ହଲିଡେ ମଧ୍ୟ ରହିବ । ଅଗଷ୍ଟ ୨୭ ଓ ୨୮, ଚତୁର୍ଥ ଶନିବାର ଏବଂ ରବିବାର ସାପ୍ତାହିକ ଛୁଟି ରହିବ । ୨୯ ଅଗଷ୍ଟରେ ଶ୍ରୀମନ୍ତ ମକରନ୍ଦ ତିଥି ଥିବା ବେଳେ ୩୧ ତାରଖରେ ଗଣେଶ ଚତୁର୍ଥୀ ରହିଛି । ତେଣୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ଜଣାପଡ଼ିଛି ।   

   Related Posts