ସୋନପୁରରୁ ଡକାୟତି ଗ୍ୟାଙ୍ଗ ଗିରଫ; ୧୦୦ ଗ୍ରାମ ସୁନା ଜବତ

Published By : Prameya-News7 Bureau | October 02, 2018 IST

ସୁବର୍ଣ୍ଣପୁର ୨/୧୦ : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ସୋନପୁର ସହରର ବିଭିନ୍ନ ସ୍ଥାନରେ ଗତ ୨ ମାସ ମଧ୍ୟରେ ହୋଇଥିବା ୪ ଟି ଚୋରି ଘଟଣାରେ ଜଣେ ନାବାଳକ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସୋନପୁର ପୋଲିସ । ଅଭିଯୁକ୍ତମାନେ ହେଲେ ସୋନପୁରର ଅଭିଳାଶ ମିଶ୍ର, ବଲାଙ୍ଗିରର ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଗିତାନନ୍ଦ ଶତପଥୀ ସହ ଜଣେ ନାବାଳକକୁ ପୋଲିସ ଗିରଫ କରିଛି । ଆଜି ସୋନପୁର ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ସୋନପୁର ଏସପି ଦେବୀ ପ୍ରସାଦ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତମାନଙ୍କ ଠାରୁ ୧୦୦ଗ୍ରାମର ସୁନା ବିସ୍କୁଟ ସହ, ଗୋଟିଏ ହ୍ୟାଣ୍ଡି କ୍ୟାମେରା, ଏଲଇଡି ଟିଭି, ୨ଟି ଘଂଟା, ୨ଟି ମୋବାଇଲ, ଗୋଟିଏ ଟ୍ୟାବଲେଟ, ୩ଟି କମ୍ପ୍ୟୁଟର,୬ଟି ସ୍ପିକର, ଗୋଟିଏ ସିଲିଙ୍ଗ ଫ୍ୟାନ ଆଦି ଜବତ କରାଯାଇଛି । ଯାହାରି ଆନୁମାନିକ ମୁଲ୍ୟ ପ୍ରାୟ ୯ ଲକ୍ଷରୁ ଅଧିକ ହେବ ବୋଲି ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.