ଚଣ୍ଡିଗଡ଼: ଘନ କୁହୁଡ଼ି ଯୋଗୁ ପରସ୍ପର ଧକ୍କା ହେଲା ଏକାଧିକ ଗାଡ଼ି। ରବିବାର ସକାଳେ ହରିୟାଣାର ଅମ୍ବାଲା-ଯମୁନାନଗର-ଶାହାରନପୁର ହାଇୱେର ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଟ୍ରାପିକ ପୁଲିସ ଲୋକେଶ ରାଣା କହିଛନ୍ତି ଯେ ଏକାଥରକେ ୧୦-୧୫ ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା।
ଦୁର୍ଘଟଣା ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍। ଆହତ ହୋଇ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ତା ସହିତ କ୍ରେନ୍ ସାହାଯ୍ୟରେ ରାସ୍ତାରେ ପଡ଼ିଥିବା ଭଙ୍ଗାଗାଡ଼ିଗୁଡ଼ିକୁ ହଟାଇବା ସହିତ ରାସ୍ତା ସଫା କରିଥିଲା।
କୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସାବଧାନତା ସହ ଡ୍ରାଇଭିଂ କରିବାକୁ ଟ୍ରାଫିକ୍ ବିଭାଗ ଲୋକମାନଙ୍କ ଅନୁରୋଧ କରିଛି। ଦ୍ୱିତୀୟ ଥର ପାଇଁ ହରିୟାଣାରେ କୁହୁଡ଼ି ଯୋଗୁ ଏଭଳି ଦୁର୍ଘଟଣା ଘଟିବା ପରେ ଲୋକଙ୍କୁ ସଚେତନ କରିଛି ଟ୍ରାଫିକ୍