କାର୍ଯ୍ୟରେ ଅବହେଳା ପାଇଁ ଜଣେ ଏଏସଆଇଙ୍କ ସହିତ ୪ କନଷ୍ଟେବଲ ନିଲମ୍ୱିତ
18/08/2022 at 11:18 PM

ମାଲକାନଗିରି ୧୮/୦୮: କାର୍ଯ୍ୟରେ ଅବହେଳା ପାଇଁ ଜଣେ ଏଏସଆଇଙ୍କ ସହିତ ୪ଜଣ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ଫାଣ୍ଡିର ଜଣେ ଏଏସଆଇଙ୍କ ସହିତ ଅନ୍ୟ ୪ଜଣ କନେଷ୍ଟବଳ କାର୍ଯ୍ୟରେ ଅବହେଳା କରୁଥିବାରୁ ଗୁରୁବାର ମାଲକାନଗିରି ଏସପି ନିତେଶ ୱାଧନୀସେମାନଙ୍କୁ ନିଲମ୍ୱିତ କରିଛନ୍ତି।
ଖବର ଅନୁସାରେ କୁଡୁମୁଳୁଗୁମ୍ମା ପୁଲିସ ଫାଣ୍ଡିର ଏଏସଆଇ କମଳ ଲୋଚନ ନାୟକଙ୍କ ସହିତ ଅନ୍ୟ ୪ କନଷ୍ଟେବଲ ମନ ଇଚ୍ଛା ରାସ୍ତାରେ ଗାଡ଼ି ଅଟକାଇ ସନ୍ଦେହଜନକ ଗାଡ଼ିକୁ ଛାଡ଼ିଦେଉଥିଲେ। ଏହାସହ ସେମାନେ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଏସପିଙ୍କ ପାଖେ ଅଭିଯୋଗ ହୋଇଥିଲା। ଫଳରେ ଏସପି ପୁଲିସ ଫାଣ୍ଡିକୁ ଅଚାନକ ଆସି ଅଭିଯୋଗର ତଦନ୍ତ କରିଛନ୍ତି। ତଦନ୍ତ ପରେ ଅଭିଯୋଗର ସତ୍ୟତା ଥିବାରୁ ଏହି ୫ଜଣ ପୋଲିସ କର୍ମଚାରୀଙ୍କୁ ଏସପି କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି।