ବିଧାନସଭାରେ ପାରିତ ହେଲା ୪ ବିଲ୍, ରହିଛି ଦୁଇଟି ବିଶ୍ବବିଦ୍ୟାଳୟ ବିଲ୍
27/09/2023 at 10:11 PM

ଭୁବନେଶ୍ବର: ହଟ୍ଟଗୋଳ ଭିତରେ ବୁଧବାର ବିଧାନସଭାରେ ପାରିତ ହୋଇଛି ୪ ବିଲ୍। ଯେଉଁଥିରେ ରହିଛି ଦୁଇଟି ବିଶ୍ଵବିଦ୍ୟାଳୟ- ସିଲିକନ୍, ନିଷ୍ଟ ବିଲ୍ ଓ ଓଡ଼ିଶା ଜମି ସଂସ୍କାର ସଂଶୋଧନ ବିଲ୍ ଏବଂ ଓଡ଼ିଶା ଜମି ଅଧିଗ୍ରହଣ ଏବଂ ପୁନଃ ଥାଇଥାନ ବିଲ୍।
ସୂଚନାଥାଉକି, ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜିବି ଗୃହ ଠିକ ଭାବରେ ଚାଲିପାରିନଥିଲା। ପ୍ରଶ୍ନ କାଳ ସ୍ବାଭାବିକ ଭାବେ ଚାଲିଥିଲା ବେଳେ ଶୂନ୍ୟ କାଳ ଆରମ୍ଭରୁ ବିରୋଧୀ ଦୁଇ ଦୁଇଟି ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲେ । ଏହାକୁ ନେଇ ଶାସକ- ବିରୋଧୀ ସଦସ୍ୟଙ୍କ ଭିତରେ ନାରାବାଜି ଓ କଥା କଟି ଚାଲିଥିଲା ।
ଆହୁରି ପଢ଼ନ୍ତୁ: ଓଡ଼ିଶା ଆପାର୍ଟମେଣ୍ଟ ବିଲ୍-୨୦୨୩ ବିଧାନସଭାରେ ଗୃହୀତ, ଗ୍ରାହକଙ୍କୁ ମିଳିବ ସର୍ବାଧିକ ଗୁରୁତ୍ଵ
ଫଳରେ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନଥିଲା । ଗ୍ରୃହ ଅଡରକୁ ନଆସିବାରୁ ବାଚସ୍ପତି ଅପରାହ୍ନ ୪ ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ସେପଟେ ବିଧାନସଭା ବାହାରେ କିନ୍ତୁ ଥମିନଥିଲା ଆରୋପ ପ୍ରତ୍ୟାରୋପ । ଯାହାକୁ ନେଇ ବିଧାନସଭା ପରିସର ଥିଲା ବେଶ ସରଗରମ ।