Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ୪ ବିଲ୍ ଆଲୋଚନା ହେବ, ଅସ୍ଥାୟୀ ତାଲିକା ଜାରି କଲେ କେନ୍ଦ୍ର ସରକାର  

13/09/2023 at 10:09 PM

4 bills in Parliament's special session

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା କ’ଣ ହେବ ସେ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିଲେ ବିରୋଧୀ। ହେଲେ ବୁଧବାର(ସେପ୍ଟେମ୍ବର ୧୩) ଏଜେଣ୍ଡାର ଅସ୍ଥାୟୀ ତାଲିକା ଜାରି କରିଛନ୍ତି କେନ୍ଦ୍ର ସରକାର।
ଏଜେଣ୍ଡା ଭିତରେ ଆଡ୍‌ଭୋକେଟ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩ ଓ ପ୍ରେସ୍ ଅଫ୍‌ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ପିରିଅଡିକ୍ସ ବିଲ୍ ୨୦୨୩ ଏହି ଦୁଇଟି ବିଲ୍ ରହିଛି। ସେପ୍ଟେମ୍ବର ୧୮-୨୨ ତାରିଖ ଏହି ଦୁଇ ଦିନ ଚାଲିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭାରେ ବିଲ୍ ସମ୍ପର୍କରେ ଆଲୋଚନା ହେବ। ଏହି ଦୁଇଟି ବିଲ୍ ପୂର୍ବରୁ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାସ୍ ହୋଇସାରିଛି।

ଅନ୍ୟପଟେ ରାଜ୍ୟସଭା ସାଂସଦମାନେ ପୋଷ୍ଟ ଅଫିସ୍ ବିଲ୍ ୨୦୨୩ ଓ ଏବଂ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର(ନିଯୁକ୍ତି, ସେବା ସର୍ତ୍ତ ଓ ଅଫିସ କାର୍ଯ୍ୟକାଳ) ବିଲ୍ ୨୦୨୩ ଉପରେ ଆଲୋଚନା କରିବେ। ଅଗଷ୍ଟ ୧୦ ତାରିଖରେ ଏହି ଦୁଇଟି ବିଲ୍ ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା। ଏହା ସତ୍ତ୍ୱେ ସମ୍ବିଧାନ ସଭା ଆରମ୍ଭରୁ ୭୫ ବର୍ଷର ସାଂସଦୀୟ ଯାତ୍ରା, ହାସଲ, ଅନୁଭବ, ସ୍ମୃତି ଓ ଶିକ୍ଷଣ ସମ୍ପର୍କରେ ଆଲୋଚନା ହେବ ବୋଲି ସରକାରୀ ନୋଟିସ୍‌ରେ କୁହାଯାଇଛି।

ପଢ଼ନ୍ତୁ-INDIA ମେଣ୍ଟର ପ୍ରଥମ ସମନ୍ୱୟ ସମିତିର ବୈଠକ ଅନୁଷ୍ଠିତ, ଭାଗ ନେଲାନି CPM, ଆସିଲେନି ଅଭିଷେକ ବାନାର୍ଜୀ

ତେବେ ସଂସଦର ସ୍ୱତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର। ସେପ୍ଟେମ୍ବର ୧୭ ତାରିଖରେ ସର୍ବଦଳୟୀ ବୈଠକ ଡକାଯାଇଛି। ଏନେଇ ସମସ୍ତ ବିରୋଧୀ ଦଳର ନେତାଙ୍କମାନଙ୍କ ପାଖକୁ ଇ-ମେଲ୍ କରି ନିମନ୍ତ୍ରଣ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।  

ଏନେଇ ସେ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି “ଚଳିତ ମାସ ୧୮ ତାରିଖରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଥିବାରୁ ୧୭ ତାରିଖ ୪.୩୦ ମିନିଟରେ ସର୍ବଦଳୀୟ ବୈଠକ ହେବ। ଇମେଲ ଜରିଆରେ ସମସ୍ତ ବିରୋଧୀ ନେତାଙ୍କୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ।”

   Related Posts