ବର୍ଷା ଦିନେ ଘରେ ପୋକ-ଜୋକରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଅବଲମ୍ବନ କରନ୍ତୁ ଏହି ୪ଟି ଘରୋଇ ଉପାୟ

Published By : Prameya-News7 Bureau | August 17, 2020 IST

ବର୍ଷାଦିନେ ଅଧିକାଂଶ ସମୟରେ ପୋକଜୋକ,ମାଛି ଏବଂ ପିମ୍ପୁଡ଼ି ଯୋଗୁଁ ଘରେ ସମସ୍ୟା ବଢ଼ିଥାଏ। ଏମାନଙ୍କ ଆଳରେ କିଛି ବିଷାକ୍ତ ପୋକ ମଧ୍ୟ ଘରେ ପଶି ଯାଇଥାନ୍ତି। ଯଦି ଠିକ୍ ସମୟରେ ଏମାନଙ୍କୁ ସଫା କରାନଯାଏ ତେବେ ଆପଣଙ୍କୁ ଏବଂ ଆପଣଙ୍କ ଘରେ ବଡ଼ ଧରଣର ସମସ୍ୟା ହୋଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବଜାରରୁ ସ୍ପେଶାଲ କେମିକାଲ୍ ଆଣିବାର ଆବଶ୍ୟକତା ନାହିଁ। କେତେକ ଘରୋଇ ଉପାୟ ଏଗୁଡ଼ିକ ବିନାଶ କରିପାରେ।

{"id":316007,"sizeSlug":"large"}
wp:list
  • କର୍ପୁର : ଆମ ଘରେ ପୂଜା କରିବା ପାଇଁ କର୍ପୁର ବ୍ୟବହାର କରାଯାଇଥାଏ। କିନ୍ତୁ କର୍ପୁରର ଅନେକ ଫାଇଦା ମଧ୍ୟ ହୋଇଥାଏ। କର୍ପୁର ଏକ ଚମତ୍କାର ହୋମ୍ କ୍ଲିନର ମଧ୍ୟ। ଏହା ବ୍ୟବହାର କରିବା ଦ୍ବାରା ଘରର ଦୁର୍ଗନ୍ଧ ଦୂର ହୋଇ ଯାଇଥାଏ। ଯଦି ଆପଣଙ୍କ ଘରେ ପୋକ-ଜୋକ ଏବଂ ଅସରପା ରହିଥାଏ,ତେବେ ତାହା ମଧ୍ୟ ଘରୁ ପଳାଇବ।
/wp:list {"id":316008,"sizeSlug":"large"}
wp:list
  • ଲେମନ୍ ଗ୍ରାସ୍ ଏବଂ ତୁଳସୀ : ପ୍ରତ୍ୟେକ ଘରେ ଲେମନ ଗୟାସକୁ ଏହାର ସୁଗନ୍ଧ ଯୋଗୁଁ ବ୍ୟବହାର କରାଯାଇଥାଏ। ଲେମନ ଗ୍ରାସ୍ ଗଛର ବ୍ୟବହାର ଏହାର ସୁଗନ୍ଧ ସହ ମଶା କିମ୍ବା ପୋକ ଦୂର କରୁଥିବା କେତେକ ଔଷଧରେ ମଧ୍ୟ କରାଯାଇଥାଏ। ସେହିପରି ତୁଳସୀ ଗଛ ପବନ ସ୍ବଚ୍ଛ ରଖିବା ସହ ଛୋଟ ଛୋଟ ପୋକ ଏବଂ ମଶାକୁ ଆପଣଙ୍କଠୁ ଦୂରରେ ରଖିଥାଏ।
/wp:list {"id":316011,"sizeSlug":"large"}
wp:list
  • ସିଲିକନ୍ : ବର୍ଷା ଦିନେ ଘରେ ବିଭିନ୍ନ ପ୍ରକାରର ପୋକ-ଜୋକ ପଶିଥାନ୍ତି। ବାଥରୁମ୍ ଏବଂ ରୋଷେଇ ଘରେ ଏହି ସମସ୍ୟା ସବୁଠୁ ବେଶୀ ହୋଇଥାଏ। ଯଦି ଏହି ପୋକ-ଜୋକରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କାନ୍ଥର ଛିଦ୍ରକୁ ସିଲିକନରେ ବନ୍ଦ କରନ୍ତୁ। ଏପରି କରିବା ଦ୍ବାରା ସେହି ରାସ୍ତାରୁ ପୋକ-ଜୋକ କେବେ ଘର ଭିତରକୁ ପଶି ପାରିବ ନାହିଁ।
/wp:list {"id":316013,"sizeSlug":"large"}
wp:list
  • ସ୍କ୍ରିନ୍ : ପୋକ-ଜୋକରୁ ମୁକ୍ତି ପାଇବା ପାଇଁ ଆପଣ ଘରର ଝରକା ଏବଂ କବାଟରେ ସ୍କ୍ରିନିଂ କରାଇପାରିବେ। ଏହା ଦ୍ବାରା ଘରେ ସ୍ବଚ୍ଛ ପବନ ପ୍ରବେଶ କରି ପାରିବ ଏବଂ ଆପଣ ପୋକ-ଜୋକଠୁ ମଧ୍ୟ ମୁକ୍ତି ପାଇ ପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.